ରାଜସ୍ଥାନରେ ଦେଶରେ ପ୍ରଥମ ଥର ପାଇଁ ୧୦୩ ହାତୀଙ୍କର କରୋନାଭାଇରସ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ କଲେ ପ୍ରାଣୀ ଚିକିତ୍ସକ

ଜୟପୁର: କରୋନାଭାଇରସ୍ ପରୀକ୍ଷା ନମନ୍ତେ ଦେଶରେ ପ୍ରଥମ ଥର ପାଇଁ ରାଜସ୍ଥାନରେ ପ୍ରାୟ ୧୦୩ଟି ହାତୀଙ୍କର ନମୁନା ସଂଗ୍ରହ କରାଯାଇଛି। ଏହି ହାତୀମାନେ ମୁଖ୍ୟତଃ ଆମେର୍ ଦୁର୍ଗ ଅଞ୍ଚଳ ଏବଂ ହାତୀଗାଓଁର।

ପରୀକ୍ଷା କରାଉଥିବା ଏହି ହେଲ୍‌ଥ କ୍ୟାମ୍ପ୍‌ରେ ସାମିଲ ହୋଇଥିଲେ ପଲିକ୍ଲିନିକ୍‌ର ଉପନିର୍ଦେଶକ ଡାକ୍ତର ରାଜଶେ ଶର୍ମା, ଡାକ୍ତର ଅରବିନ୍ଦ ମାଥୁର ଏବଂ ଡାକ୍ତର ଧୀରଜ ଶୁକ୍ଳ।

Image Courtesy of Hindustan Times

ବରିଷ୍ଠ ପ୍ରାଣୀ ଚିକିତ୍ସକ ଡାକ୍ତର ଅରବିନ୍ଦ ମାଥୁର କହନ୍ତି, ପ୍ରତି ଛଅ ମାସରେ ବନବିଭାଗ ପକ୍ଷରୁ କ୍ୟାମ୍ପ୍ ପଡ଼େ। ଆମେ ହାତୀମାନଙ୍କର ରକ୍ତ, ମୂତ୍ର, ମୁଖ ଓ ମଳଦ୍ବାରରୁ ମ୍ୟୁକସ୍ ନମୁନା ସଂଗ୍ରହ କରିଛୁ। ପରୀକ୍ଷା ନିମନ୍ତେ ନମୁନାଗୁଡ଼ିକୁ ଦୁଇଟି ସ୍ଥାନକୁ ପଠାଯିବ। ଗୋଟିଏ ରାଜସ୍ଥାନର ପଞ୍ଚବଟୀ ଏବଂ ଅନ୍ୟଟି ବରେଲିର ଆଇଭିଆର୍‌କୁ ପଠାଯିବ।

ହାତୀମାନଙ୍କର କାହିଁକି କୋଭିଡ୍-୧୯ ପରୀକ୍ଷଣ କରାଯିବ ବୋଲି ପଚରାଯିବାରୁ ଡାକ୍ତର ମାଥୁର କହିଲେ, ରୋଗ ପ୍ରତିରୋଧ କରିବାର ସତର୍କତା ପଦକ୍ଷେପ ରୂପେ ଏହି ପରୀକ୍ଷା କରାଯାଇଛି।

ଜୁନ୍ ୧୨ ତାରିଖରେ ଶେଷ ହୋଇଥିବା ତିନିଦିନିଆ ସ୍ବାସ୍ଥ୍ୟ କ୍ୟାମ୍ପ୍‌ରେ ହାତୀଗାଓଁ ଠାରେ ହାତୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିଲା। ସଂଗ୍ରହ କରାଯାଇଥିବା ନମୁନା ପରୀକ୍ଷାର ଫଳ ୧୦ ରୁ ୧୫ ଦିନ ମଧ୍ୟରେ ଜଣାପଡ଼ିବ।

 

 

ସମ୍ବନ୍ଧିତ ଖବର