ନୂଆଦିଲ୍ଲୀ : ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ମାଙ୍ଗାଲୋରରେ ଲଭ୍ ଜିହାଦ ହେଲ୍ପଲାଇନ ଆରମ୍ଭ କରିଛନ୍ତି। ଭିଏଚ୍ପି ନେତା ଶରଣ ପମ୍ପୱେଲ କହିଛନ୍ତି, ହେଲ୍ପଲାଇନ ଆରମ୍ଭ ହେବାଦ୍ବାରା ଦକ୍ଷିଣ କନ୍ନଡ଼ରେ ଆଉ କୌଣସି ବି ମହିଳା ଶ୍ରଦ୍ଧା ୱାକରଙ୍କ ଭଳି ଦଶା ଭୋଗିବେନି। ଭିଏଚ୍ପି ଏବଂ ବଜରଙ୍ଗ ଦଳର ୨୦ରୁ ଅଧିକ ସଦସ୍ୟ ଲୋକଙ୍କ ସମସ୍ୟା ଶୁଣି ସମସ୍ତ ପ୍ରକାର ସମର୍ଥନ ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ମାଙ୍ଗାଲୋର ପୁଲିସ କମିସନର ଶଶି କୁମାର କହିଛନ୍ତି, ରାଜ୍ୟବ୍ୟାପୀ ୧୧୨ଟି ହେଲ୍ପଲାଇନ କାମ କରୁଛି ଏବଂ ଲୋକମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ଏହି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp