ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏକ ରିପୋର୍ଟରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଂଗ ଦଳକୁ ଧାର୍ମିକ ଉଗ୍ରବାଦୀ ସଂଗଠନ ଭାବେ ଦର୍ଶାଇଥିବାରୁ ଏହାର ଜୋର୍୍ଦାର ବିରୋଧ ହୋଇଛି। ସିଆଇଏ ତା’ର ଆଭିମୁଖ୍ୟ ବଦଳାଇ କ୍ଷମା ପ୍ରାର୍ଥନା ନକଲେ ଏହା ବିରୋଧରେ ଅନ୍ଦୋଳନ ଆରମ୍ଭ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଚେତାବନୀ ଦେଇଛି। ସିଆଇଏର ଆଭିମୁଖ୍ୟ ସର୍ବଦା ଭାରତ ବିରୋଧୀ ରହିଥିବାରୁ ଦେଶକୁ ବଦନାମ କରିିବା ପାଇଁ ଏଭଳି କରାଯାଇଛି ବୋଲି ଭିଏଚ୍୍ପି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସିଆଇଏ ଜାରି କରିଥିବା ବିଶ୍ୱ ତଥ୍ୟ ପୁସ୍ତିକାରେ ଏଭଳି ଉଲ୍ଲେଖ ରହିଥିବା ବେଳେ କଶ୍ମୀରର ଜମାଏତ ଉଲେମା ଇ ହିନ୍ଦ୍୍କୁ ଏକ ଧାର୍ମିକ ସଂଗଠନ ବୋଲି କୁହାଯାଇଛି ।
ଭିଏଚ୍ପି ଉଗ୍ରବାଦୀ ସଂଗଠନ: ସିଆଇଏ
/sambad/media/post_attachments/wp-content/uploads/2018/06/download-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)