ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ବସବାସ କରୁଥିବା ବିଭୁ ଉପାଧ୍ୟାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭୁ ନିକଟରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ନିଟ ପରୀକ୍ଷାରେ ୬୨୨ନମ୍ବର ହାସଲ କରିଛନ୍ତି। ବିଭୁ ଏହି ସଫଳତା ପାଇଁ ଏବେ ଚର୍ଚ୍ଚାକୁ ଆସି ନାହାନ୍ତି ଏହାପୂର୍ବରୁ ସେ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ପ୍ରତିଦନ ଗଙ୍ଗାଙ୍କ ଆଳତୀ କରିଥାଆନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଚିହ୍ନଛନ୍ତି।
ବିଭୁ କଛଲା ଗଙ୍ଗାଘାଟରେ ହେଉଥିବା ଆଳତୀରେ ଭାଗ ନେଇ ଥାଆନ୍ତି। ବିଭୁଙ୍କ କହିବାନୁସାରେ, ଏହି ଗଙ୍ଗାଘାଟରେ ୨୦୧୯ ଜାନୁଆରି ୧୫ ତାରିଖରେ ଆଳତୀ ଆରମ୍ଭ ହୋଇଥିଲା। ସେବେଠାରୁ ମୁଁ ଏହି ଆଳତୀରେ ସାମିଲ ହୋଇଛି। ଆଳତୀରେ ସାମିଲ ହେବା ଦିନଠାରୁ ମନକୁ ଏକ ପ୍ରକାର ଶାନ୍ତି ମିଳିଛି। ମୁଁ ମା’ଙ୍କ କୃପାରୁ ପ୍ରଥମ ପ୍ରୟାସରେ ୭୨୦ରୁ ୬୨୨ ନମ୍ବର ପ୍ରାପ୍ତ କରି ନିଟରେ ସଫଳତା ପାଇଛି।
Badaun, Uttar Pradesh | Vibhu Upadhyay, who regularly performs Ganga Aarti clears the NEET exam
I have always wanted to become a doctor. I started preparing for NEET in the 9th class. So it was easy for me to qualify for the exam. I have been doing Ganga Aarti since 2019, I go… pic.twitter.com/m9qb2n3dx4
— ANI UP/Uttarakhand (@ANINewsUP) June 14, 2023
ବାପା ଓ ମା’ଙ୍କ ମେଡିକାଲରେ ବହୁତ ଇଚ୍ଛା ଅଛି। ତେଣୁ ମୁଁ ନବମ ଶ୍ରେଣୀରୁ ହିଁ ନିଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି। ଯେଉଁ କାରଣରୁ ଦ୍ବାଦଶ ଶ୍ରେଣୀ ପରେ ମୋତେ ଏହି ସଫଳତା ମିଳିଛି।’