ନୂଆଦିଲ୍ଲୀ: ରାଜ୍ୟସଭାରେ ହଙ୍ଗାମା କରି ଧାରାବାହିକ ଭାବେ କାର୍ଯ୍ୟକାଳକୁ ନଷ୍ଟ କରିଚାଲିଥିବା ସଦସ୍ୟମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତୀବ୍ର ପ୍ରତିକ୍ରିୟା ଦେଖାଇଛନ୍ତି। ବୁଧବାର ସେ ରାଜ୍ୟସଭା ସାଂସଦମାନଙ୍କୁ ସ୍ୱତନ୍ତ୍ର ନୈଶ୍ୟଭୋଜିରେ ଆପ୍ୟାୟିତ କରିବା ଲାଗି ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଆଜି ତାହାକୁ ବାତିଲ କରିଦେଇଛନ୍ତି। ଏପରିକି ସେ ଅତିଥିମାନଙ୍କୁ ଆନ୍ଧ୍ରପ୍ରଦେଶୀ ଖାନା ପରଷିବା ଲାଗି ଆନ୍ଧ୍ରରୁ ସ୍ୱତନ୍ତ୍ର ରୋଷେୟା ଆସି ପହଞ୍ଚିଥିବା ବେଳେ ନିମନ୍ତ୍ରଣପତ୍ର ମଧ୍ୟ ଛପା ସରିଥିଲା। ମାତ୍ର ସବୁ ବେକାର ହୋଇଛି। ସପ୍ତାହ ସପ୍ତାହ ଧରି ଗୃହ ଅଚଳ ହୋଇ ଚାଲିଥିବା ବେଳେ ଏଭଳି ସ୍ଥିତିରେ ଆତିଥ୍ୟ ପ୍ରଦାନ ସ୍ୱରୂପ ସଦସ୍ୟମାନଙ୍କୁ ଭୋଜିକୁ ନିମନ୍ତ୍ରଣ କରିବା ଆଦୌ ଶୋଭନୀୟ ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି।
ସେହିପରି ଲୋକସଭାରେ ସାଂସଦମାନଙ୍କ ଏଭଳି ବିଶୃଙ୍ଖଳା ପାଇଁ ଅର୍ଥଦଣ୍ଡ ଲାଗୁ କରିବାକୁ ବିଜେପି ସାଂସଦ ମନୋଜ ତିଓ୍ଵାରି ଦାବି କରିଛନ୍ତି। ଗୃହରେ ସଦସ୍ୟମାନେ କୌଣସି କାର୍ଯ୍ୟ କରାଇଦେଉନଥିବାରୁ ସେମାନଙ୍କ ପ୍ରତି ‘କାମ ନକଲେ ଦରମା ବନ୍ଦ’ ବ୍ୟବସ୍ଥା ଲାଗୁ କରାଇବାକୁ ସେ ଚିଠି ଲେଖି ବାଚସ୍ପତି ସୁମିତ୍ରା ମହାଜନଙ୍କୁ ନିବେଦନ କରିଛନ୍ତି। ଲୋକପ୍ରତିଧିମାନେ ନିଜ ଦାୟିତ୍ୱରୁ ଦୂରେଇଯାଉଥିବାରୁ ଏପରି ପଦକ୍ଷେପ ନେବା ଯୁକ୍ତିଯୁକ୍ତି ହେବ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଉପରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଭୋଜି ବାତିଲ:‘କାମ ନକଲେ ଦରମା ବନ୍ଦ’ ଦାବି କଲେ ସାଂସଦ
/sambad/media/post_attachments/wp-content/uploads/2018/03/venkiah-naidu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)