ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଶିରିଡ଼ି ସାଇବାବାଙ୍କ ମହାସମାଧିର ଶତାବ୍ଦୀ ସମାରୋହ

ନୂଆଦିଲ୍ଲୀ: ଶିରିଡ଼ି ସାଇବାବାଙ୍କ ମହାସମାଧିର ଶତାବ୍ଦୀ ସମାରୋହ ଗତକାଲି ନୂଆଦିଲ୍ଲୀ ସିରିଫୋର୍ଟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାୟିଡ଼ୁ ଯୋଗଦେଇ ସାଇବାବାଙ୍କ ଜୀବନୀ, ଶିକ୍ଷା ତଥା ମାର୍ଗଦର୍ଶନ ଲୋକଙ୍କୁ କିଭଳି ପ୍ରଭାବିତ କରିଛି ସେ ସଂପର୍କରେ ଆଲୋକପାତ କରିଥିଲେ। ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦେଶ ବିଦେଶରେ ଥିବା ସାଇବାବାଙ୍କ ମନ୍ଦିର ଓ ଅନୁଷ୍ଠାନର ପ୍ରତିନିମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ଗୁରୁଜୀ ଡ. ଶତପଥୀ ସାଇବାବାଙ୍କ ଜୀବନଦର୍ଶନ ଏବଂ ଆଜିର ସମାଜରେ ଏହାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶତାବ୍ଦୀ ସମାରୋହରେ ବହୁ ସଂଖ୍ୟକ ସାଇପ୍ରେମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର