ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତକୁ ରେପ୍‌ କ୍ୟାପିଟାଲ (ଦୁଷ୍କର୍ମ ରାଜଧାନୀ) ବୋଲି କହି ସମାଲୋଚନା କରୁଥିବାରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏହି ମାମଲାରେ ରାହୁଲଙ୍କୁ ପରାମର୍ଶ ଦେଇ ଦେଶକୁ ବଦନାମ ନ କରିବାକୁ କହିଛନ୍ତି। ଭାରତୀୟ ପରମ୍ପରାରେ ମହିଳାମାନଙ୍କ ପ୍ରତି ସର୍ବାଧିକ ସମ୍ମାନ ରହିଛି ଏବଂ କେତେକ ସ୍ଥାନରେ ଘଟୁଥିବା ଅପରାଧ ପାଇଁ ପୂରା ଦେଶକୁ ବଦନାମ କରିବା ଉଚିତ ନୁହେଁ ବୋଲି ଉପ ରାଷ୍ଟ୍ରପତି କହିଛନ୍ତି।