ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କୁ ଆଜି ଦିଲ୍ଲୀର ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଇଥିଲେ ଏବଂ ଡାକ୍ତରମାନେ ତାଙ୍କୁ ଗୋଟିଏ ଦିନ ହସ୍ପିଟାଲ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ତାଙ୍କ ଜନସଂପର୍କ ଅଧିକାରୀ କହିଛନ୍ତି। ନାଇଡୁ ରବିବାର ଦିନ ହସ୍ପିଟାଲ୍‌ରୁ ଡିସ୍‌୍‌ଚାର୍ଜ ହେବେ ବୋଲି ସୂଚନା ମିଳିଛି।