ନୂଆଦିଲ୍ଲୀ:  ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। 

Advertisment

ଏନ୍ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି।  ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଗଣମାଧ୍ୟମର ସାମ୍ନା କରି ଏକ ବଡ଼ ବୟାନ ଦେଇଛନ୍ତି। ସୁଦର୍ଶନ ରେଡ୍ଡୀ କହିଛନ୍ତି, ‘ ମୋର ପୂରା ବିଶ୍ବାସ ଆମର ଦଳ ଏବଂ ମେଣ୍ଟ ଏହି ନିର୍ବାଚନରେ ବିଜୟୀ ହେବ ।’

ସୁଦର୍ଶନ ରେଡ୍ଡୀ ସ୍ପଷ୍ଟ କରି କହିଛନ୍ତି, ‘ମୋର ପ୍ରୟାସ ଲୋକଙ୍କ ଅନ୍ତରଆତ୍ମାକୁ ଜାଗ୍ରତ କରିବା ଏବଂ ଲକ୍ଷ୍ୟ ହେଉଛି ଭୋଟରମାନଙ୍କୁ ସଠିକ୍ ଦିଗ ଦେଖାଇବା । ମୁଁ କୌଣସି ପ୍ରକାରର କ୍ରସ୍ ଭୋଟିଂ ବିଷୟରେ କଥା ହୋଇନାହାଁନ୍ତି ଏବଂ ଏପରି କିଛି କରିବାର କୌଣସି ଯୋଜନା ମଧ୍ୟ ନାହିଁ।’
ଏହି ସମୟରେ ଯେତେବେଳେ ସୁଦର୍ଶନ ରେଡ୍ଡୀଙ୍କୁ ପଚରାଗଲା ଯେ ଗୃହମନ୍ତ୍ରୀ ଅମିତ ଶାହ ଆପଣଙ୍କ ବିଷୟରେ ବହୁତ କିଛି କହିଛନ୍ତି ଆପଣ ସେ ବିଷୟରେ କ’ଣ କହିବେ। 

ସାମ୍ବାଦିକଙ୍କ ଏ ପ୍ରଶ୍ନ ଶୁଣି ସୁଦର୍ଶନ ରେଡ୍ଡୀ ରାଗରେ ତମତମ ହୋଇ କହିଥିଲେ"ତୁମେ କ'ଣ ପଚାରୁଛ ଭାଇ! କେତେ ଦିନ ପରେ ତୁମେ ଏହି ପ୍ରଶ୍ନ ପଚାରୁଛ। ମୁଁ କ'ଣ ପ୍ରତିଦିନ ସମାନ କଥା କହିବି?"

ବିଜୟୀ ହେବା ପାଇଁ ମ୍ୟାଜି ନମ୍ବର

ବର୍ତ୍ତମାନ ଲୋକସଭାରେ ୫୪୨ ଜଣ ସାଂସଦ ଏବଂ ରାଜ୍ୟସଭାରେ ୨୩୯ ଜଣ ସାଂସଦ ଅଛନ୍ତି, ଅର୍ଥାତ୍ ଉଭୟ ଗୃହର ମୋଟ ସଦସ୍ୟ ସଂଖ୍ୟା ୭୮୧ ରହିଛି। ଜିତିବା ପାଇଁ ଯେକୌଣସି ପ୍ରାର୍ଥୀଙ୍କୁ ୩୯୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେବ।

ଏହି ସମୟରେ  ନବୀନ ପଟ୍ଟନାୟକଙ୍କ ବିଜେଡି, ଚନ୍ଦ୍ରଶେଖର ରାଓଙ୍କ ବିଆରଏସ ଏବଂ ଶିରୋମଣି ଅକାଳି ଦଳ ଭୋଟ ଦେବାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତିନୋଟି ଦଳରେ ମୋଟ ୧୨ ଜଣ ସାଂସଦ ଅଛନ୍ତି। ଏହି ଅନୁସାରେ, ରାଧାକୃଷ୍ଣନ କିମ୍ବା ସୁଦର୍ଶନ ରେଡ୍ଡୀଙ୍କୁ ଜିତିବା ପାଇଁ କେବଳ ୩୮୫ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ରହିଛି।