ରାଜଗଡ଼: ଦୁଷ୍କର୍ମକୁ ବିରୋଧ କରିବାରୁ ୧୩ ବର୍ଷିୟା ନାବାଳିକାଙ୍କୁ କିାରାସିନ୍ ଢାଳି ଜାଳିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକାଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅଭିଯୋଗ ହେବାପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ନାମରେ ହତ୍ୟା,ଦୁଷ୍କର୍ମ ଓ ପୋକ୍ସୋ ଆଇନ୍ ଆଧାରରେ ପୁଲିସ୍ ମାମଲା ରୂଜୁ କରିଛି। ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ସୁସ୍ତାନୀ ଗ୍ରାମର ଏହି ନାବାଳିକା ଘରେ ଏକୁଟିଆ ଥିବା ଦେଖି ସେହି ଗ୍ରାମର ଜଣେ ଯୁବକ ତାକୁ ଦୁଷ୍କର୍ମ କରିବାକୁ ଚେଷ୍ଠା କରିଥିଲା। ନାବାଳିକା ଜଣକ ଏନେଇ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ମାଡ଼ମରାମରି ଯାଏଁ କଥା ଯାଇଥିଲା। କାଳେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ କାହାକୁ କହିଦେବ ସେହି ଭୟରେ ଯୁବକ ଜଣକ ନାବାଳିକାଙ୍କ ଘରେ ରୋଷେଇ ପାଇଁ ଥିବା କିରୋସିନ୍କୁ ତାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା। ଛପର ଘର ଭିତରେ ଏଭଳି ହୁତୁହୁତ ହୋଇ ଜଳୁଥିବା ନିଆଁକୁ ଦେଖି ଭୟଭୀତ ହୋଇଯାଇଥିବା ଗ୍ରାମବାସୀ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନାବାଳିକାଙ୍କ ଶରୀରର ୫୦ରୁ ଉର୍ଦ୍ଧ୍ୱଭାଗ ପୋଡି ଯାଇଥିବାରୁ ସେ ବଞ୍ଚିବା କଷ୍ଟକର ବୋଲି ଡାକ୍ତର କହିଛନ୍ତି।
ଦୁଷ୍କର୍ମକୁ ବିରୋଧ କରିବାରୁ ନାବାଳିକାକୁ ଜାଳିଦେଲା
/sambad/media/post_attachments/wp-content/uploads/2018/02/13yearrapist-girl-brunt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)