ପୀଡ଼ିତା ବଖାଣିଲେ ଆଶ୍ରମର ଯନ୍ତ୍ରଣା:‘ମୁଁ କୃଷ୍ଣ, ତୁମେ ମୋ ଗୋପୀ’

ଷ୍ଟାମ୍ପ ପେପରରେ ନେଉଥିଲେ ଦସ୍ତଖତ

ନୂଆଦିଲ୍ଲୀ: ଗଣବଳାତ୍କାରୀ ବାବା ବୀରେନ୍ଦ୍ରଙ୍କ ଆଶ୍ରମରୁ ଉଦ୍ଧାର ହୋଇଥିବା ପୀଡ଼ିତାମାନେ ଗଣମାଧ୍ୟମ ଆଗରେ ବାବାର କୁକର୍ମ ପ୍ରଘଟ କରିଛନ୍ତି। ବଖାଣିଛନ୍ତି। ରାତି ଅଧରେ ବାବା କୃଷ୍ଣ ହୋଇଯାଆନ୍ତି ଓ ସବୁ ଝିଅଙ୍କୁ ଗୋପୀ ହୋଇ ତାଙ୍କ ସହ ରାସଲୀଳା କରିବାକୁ କହିଥାନ୍ତି ବୋଲି ଅନେକ ପୀଡ଼ିତା କହିଛନ୍ତି। ବାବା ସବୁବେଳେ କୁହନ୍ତି -‘ମୁଁ କୃଷ୍ଣ, ତୁମେ ମୋ ଗୋପୀ।’ ବିଶ୍ୱରେ ପ୍ରଳୟ ଆସିବ ଏବଂ ପ୍ରଳୟ ପୂର୍ବରୁ ମୋ ନିକଟରେ ସଂପୂର୍ଣ୍ଣ ସମର୍ପଣ କଲେ ହିଁମୋକ୍ଷ ପାଇବ ବୋଲି ବାବା କହୁଥିଲେ ବୋଲି ସେମାନେ କହିଛନ୍ତି। ନିଜକୁ କୃଷ୍ଣଙ୍କ ଅବତାର ବୋଲି କହୁଥିବା ବାବା ସଂପୂର୍ଣ୍ଣ ଉଲଗ୍ନ ହୋଇ ତାଙ୍କ କକ୍ଷରେ ବସି ଜଣେ ପରେ ଜଣେ ଯୁବତୀଙ୍କୁ ଡକାଉଥିଲେ। ଆତ୍ମାକୁ ପରମାତ୍ମା ସହ ମିଶାଇ ଦେବାକୁ କହି ବଳାତ୍କାର କରୁଥିଲେ ବୋଲି ପିଡ଼ୀତାମାନେ କହିଛନ୍ତି।
ନୂଆଦିଲ୍ଲୀ: ଆଶ୍ରମରେ ସବୁ ଯୁବତୀଙ୍କଠାରୁ ବାବା ଷ୍ଟାମ୍ପ ପେପରରେ ଦସ୍ତଖତ କରାଇ ନେଉଥିଲୋ। ଉକ୍ତ ଷ୍ଟାମ୍ପ ପେପରରେ ଉଲ୍ଲେଖଥିଲା ଯେ,ଏଠାରେ ଯାହାବି ଚାଲିଛି ସ୍ୱଇଚ୍ଛାରେ ଚାଲିଛି। ଦସ୍ତଖତ ନକରିବା ଯାଏଁ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା ବୋଲି ପୀଡ଼ିତାମାନେ କହିଛନ୍ତି। ଆଶ୍ରମ ପରିସରରେ ସବୁସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିଲା। କୌଣସି ଜଣେ ଯୁବତୀ ବି ଯେଭଳି ଖସି ଯାଇ ନପାରେ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ରଖାଯାଇଥିଲା। କେହି ନିଜ ଘର ଲୋକଙ୍କ ସହ କଥା ହେବାକୁ ଚାହିଁଲେ ଲାଉଡ ସ୍ପିକର ଯୋଗେ ଆଶ୍ରମ ଫୋନ୍‌ରୁ କଥା ହେବାର ସୁଯୋଗ ମିଳୁଥିଲା।

ସମ୍ବନ୍ଧିତ ଖବର