ଦୁବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିଲା।
ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଛି।
ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ। ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା।
India fight back by sending back the Pakistan openers 👊#PAKvIND #ChampionsTrophy #Cricket #CricketReels
— ICC (@ICC) February 23, 2025
Watch LIVE on @StarSportsIndia in India.
Here's how to watch LIVE wherever you are 👉 https://t.co/S0poKnxpTX pic.twitter.com/bvaaU2bjnV
ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: କଂଗ୍ରେସ ଛାଡିବେ କି ଶଶି ଥରୁର!: ରାହୁଲ ଗାନ୍ଧୀଙ୍କ ଏଜେଣ୍ଡାର ପର୍ଦ୍ଦାଫାଶ, ପାର୍ଟିରେ ହଲଚଲ୍
କୁଲଦୀପ ଯାଦବ ୪୩ତମ ଓଭରରେ ଲଗାତାର ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ନେଇଥିଲେ। ତଥାପି, ସେ ହ୍ୟାଟ୍ରିକ୍ ହାତଛଡ଼ା କରିଥିଲେ। ପ୍ରଥମେ କୁଲଦୀପ ସଲମାନ ଆଘାଙ୍କୁ ଆଉଟ୍ କରିଥିଲେ ଏବଂ ପରେ ସାହିନ ସାହା ଆଫ୍ରିଦୀଙ୍କୁ ଶୂନ୍ୟରେ ପାଭିଲିୟନ ପଠାଇ ଦେଇଥିଲେ। କୁଲଦୀପ ଯାଦବ ନସିମ ସାହାଙ୍କୁ ୧୪ ରନ୍ରେ ପାଭିଲିୟନ ପଠାଇ ଦେଇଥିଲେ। ୪୯ତମ ଓଭରରେ ଦୁଇଟି ଛକା ଲାଗିଥିଲା ଏବଂ ଗୋଟିଏ ୱିକେଟ୍ ପଡ଼ିଥିଲା। ହାରିସ ରୌଫ ରନ୍ ଆଉଟ୍ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ: ଆଫଗାନ ଶରଣାର୍ଥୀଙ୍କୁ ଫେରାଇବାକୁ ଧମକ