ନ୍ୟୁୟର୍କ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ବୟାନ ତାଙ୍କ ମହତ୍ବାକାଂକ୍ଷାର ପରିପ୍ରକାଶ କରିବା ସହ ବିବାଦ ମଧ୍ୟ ଛିଡ଼ା କରାଇଛି। ଏହି ନିର୍ବାଚନରେ କେବଳ ସେ ଜିତିଲେ ହିଁ ବିଜୟ ଘୋଷଣା କରାଯିବ ବୋଲି ଟ୍ରମ୍ପ୍ କହିଛନ୍ତି। ଅର୍ଥାତ୍ ତାଙ୍କ ବିଜୟ ଉପରେ ହିଁ ନିର୍ବାଚନର ଫଳାଫଳ ଘୋଷଣା ନିର୍ଭର କରୁଛି। ଏଥି ସହିତ ସେ ନିଶ୍ଚିତ ଭାବରେ ଏଥର ଜିତୁଛନ୍ତି ବୋଲି ମଧ୍ୟ ଦାବି କରିଛନ୍ତି। ଦେଶର ଅଗ୍ରଣୀ ଜନମତ ସର୍ବେକ୍ଷଣ ସଂସ୍ଥା ରିଅଲକ୍ଲିଅର ପଲିଟିକ୍ସ ପକ୍ଷରୁ ବିଭିନ୍ନ ସର୍ବେକ୍ଷଣ ଭିତ୍ତିରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରିପବ୍ଳିକାନ୍ ପ୍ରାର୍ଥୀ ଟ୍ରମ୍ପ୍ ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ଠାରୁ ୭.୨ ପ୍ରତିଶତ ପଛରେ ରହିଛନ୍ତି। ବିଭିନ୍ନ ଜନମତ ସର୍ବେକ୍ଷଣକୁ ସେ କଡ଼ା ସମାଲୋଚନା କରିଛନ୍ତି। ଏହାଦ୍ବାରା ସେ ଜିତିବାର ସମ୍ଭାବନା କମ୍ ଥିବା ଆଶଙ୍କାରେ ତାଙ୍କ ସମର୍ଥକମାନଙ୍କୁ ଭୋଟ ଦେବାକୁ ନିରୁତ୍ସାହିତ କରାଯାଇଛି ବୋଲି ସେ କହିଛନ୍ତି।
ମୁଁ ଜିତିଲେ ହିଁ ବିଜୟ ଘୋଷଣା ହେବ: ଟ୍ରମ୍ପ୍
ଜନମତ ସର୍ବେକ୍ଷଣକୁ କଡ଼ା ସମାଲୋଚନା
/sambad/media/post_attachments/wp-content/uploads/2020/11/trump-us-poll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)