ଚଣ୍ଡିଗଡ: ସ୍ତ୍ରୀର ରିଲ୍ ପାଇଁ ଚାଲିଗଲା ସ୍ବାମୀର ଚାକିରି। ଜେବ୍ରା କ୍ରସିଂରେ ନୃତ୍ୟ କରି ରିଲ୍ ତିଆରି କରିଥିଲେ ପତ୍ନୀ। ଭିଡିଓ ସାମ୍ନାକୁ ଆସିବା ପ‌ରେ ନିଲମ୍ବିତ ହେଲା ସ୍ବାମୀ। ଭାଇରାଲ ହେବା ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ରିଲ୍ ଯେ, ତାଙ୍କ ସ୍ବାମୀଙ୍କର ଚାକିରି ନେଇଯିବ, ତାହା ତାଙ୍କୁ ଜଣାନଥିଲା। ଏହି ଘଟଣା ମାର୍ଚ୍ଚ ୨୦ରେ ଅପରାହ୍ନ ୪ଟା ୩୦ରେ ଘଟିଥିଲା। ଏହି ରିଲ୍ ପାଇଁ ଟ୍ରାଫିକ୍ ସମସ୍ୟା ହୋଇଥିଲା ଏବଂ ଲୋକେ ଏହାକୁ ନେଇ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲେ। 

Advertisment

କୁହାଯାଉଛି ଯେ, ଜ୍ୟୋତି ସେକ୍ଟର-୩୨ରେ ଏକ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନଣଦ ତାଙ୍କର ଏକ ଡ୍ୟାନ୍ସ ରିଲ୍‌ କରିଥିଲେ। ଏଥିପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ, ଚଣ୍ଡିଗଡ଼ର ସେକ୍ଟର-୩୪ ପୁଲିସ ଷ୍ଟେସନରେ ହେଡ୍ କନଷ୍ଟେବଳ ଜସବୀର ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଟ୍ରାଫିକ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜ୍ୟୋତି ରିଲ୍ ତିଆରି କରିଥିବା ସାମ୍ନାକୁ ଆସିଥିଲା। ଜ୍ୟୋତିଙ୍କ ରିଲ୍ ତାଙ୍କ ସ୍ବାମୀ କନଷ୍ଟେବଳ ଅଜୟ କୁଣ୍ଡୁଙ୍କୁ ଇନଷ୍ଟା ଆକାଉଣ୍ଟରୁ ଅପଲୋଡ୍ ହୋଇଥିବାରୁ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଜ୍ୟୋତି ଓ ତାଙ୍କ ନଣଦଙ୍କୁ ଜାମିନ୍ ମିଳିଯାଇଛି।

ଏହି ନିଷ୍ପତ୍ତି ପରେ ସ୍ତ୍ରୀର ଭୁଲ ପାଇଁ ସ୍ବାମୀକୁ କାହିଁକି ଦଣ୍ଡ ମିଳିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।