ସୋସିଆଲ ମିଡିଆରେ ହାର୍ଦ୍ଦିକ ପଟେଲଙ୍କ ସେକ୍ସ ସିଡି ଭାଇରାଲ, ଗୁଜୁରାଟ ରାଜନୀତି ସରଗରମ

ଅହମ୍ମଦାବାଦ:ଗୁଜୁରାଟରେ ପାଟିଦାରମାନଙ୍କ ପାଇଁ ସଂରକ୍ଷଣ କୋଟା ଦାବି କରି ଗୁଜୁରାଟ ପାଟିଦାର ଯୁବଗୋଷ୍ଠୀ ମଧ୍ୟରେ ହିରୋ ବନିଥିବା ହାର୍ଦ୍ଦିକ ପଟେଲଙ୍କ ଦୁଇଟି ବିବାଦୀୟ ସେକ୍ସ ସିଡି ଏବେ ଗୁଜୁରାଟ ନିର୍ବାଚନକୁ ସରଗରମ କରିଛି। ବିଶେଷ କରି ଜଣେ ମହିଳାଙ୍କ ସହିତ ହାର୍ଦ୍ଦିକ ପଟେଲଙ୍କ ସେକ୍ସ ସିଡି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ପ୍ରାୟ ୧୦ ଦିନ ତଳେ ହାର୍ଦ୍ଦିକ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ତାଙ୍କୁ ବଦନାମ କରିବା ପାଇଁ ନକଲି ସେକ୍ସ ସିଡି ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଛଡ଼ାଯାଇ ପାରେ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ସେକ୍ସ ସିଡିଟି ୨୦୧୭ ମସିହା ମେ ୧୬ ତାରିଖରେ ରେକର୍ଡିଂ ହୋଇଥିବା ଦର୍ଶା ଯାଇଛି। ଏଥିରେ ‘ପାଟିଦାର କମ୍ୟୁନିଟି ଓ ଗୁଜୁରାଟ ଗଦ୍ଦାର ହାର୍ଦ୍ଦିକ ପଟେଲଙ୍କ କାମଲୀଲା’ ବୋଲି ଉଲ୍ଲେଖ ରହିଛି।କେବଳ ସେତିକି ନୁହେଁ, ଏହା ହେଉଛି ହାର୍ଦ୍ଦିକ ପଟେଲଙ୍କ ପ୍ରକୃତ ମୁଖା ଯିଏ ପଟେଲ କମୁନିଟିଙ୍କୁ ମିସଗାଇଡ୍‌ କରୁଛନ୍ତି ବୋଲଇ ମଧ୍ୟ ଲେଖାଯାଇଛି।
ତେବେ ଏହି ଭିଡିଓ କ୍ଲିପ୍‌ର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଅନୁସନ୍ଧାନ ହୋଇ ନ ଥିବା ବେଳେ ଏହାକୁ ନେଇ କିନ୍ତୁ ଗୁଜୁରାଟ ରାଜନୀତି ବେଶ୍‌ ସରଗରମ ହୋଇ ଉଠିଛି। ପାସ୍‌ କୋର କମିଟି ବୈଠକରେ ଯୋଗ ଦେଇ କଂଗ୍ରେସ ପକ୍ଷରୁ ପାଟିଦାର ସଂରକ୍ଷଣ ନେଇ ଦିଆଯାଇଥିବା ଫର୍ମୂଲା ଉପରେ ଆଲୋଚନା ପାଇଁ ଗାନ୍ଧୀନଗର ଆସିଥିବା ହାର୍ଦ୍ଦିକ ପଟେଲ ଏହି ଭିଡିଓ କ୍ଲିପ୍‌୍‌ ନେଇ କହିଛନ୍ତି ଯେ ବିଜେପିର ଏହା ଡାର୍ଟି ପଲିଟିକ୍ସ। ଭିଡଓ ନକଲି ଓ ଏହାକୁ କମ୍ପୁଟର ଦ୍ୱାରା ପ୍ରସ୍ତୁତ କରାଯାଇଛି। ମୋତେ ବଦନାମ କରିବା ପାଇଁ ବିଜେପି ଖୁବ୍‌ ତଳକୁ ଖସି ଯାଇ ଏପରି ଭିଡିଓ ପ୍ରସ୍ତୁତ କରିଛି ବୋଲି ଶ୍ରୀ ପଟେଲ ସିଧାସଳଖ ଅଭିଯୋଗ କରିଛନ୍ତି।ଏହା ପାଟିଦାର ଆନ୍ଦୋଳନକୁ ପ୍ରଭାବିତ କରିବ ନାହିଁ ବୋଲି ଶ୍ରୀ ପଟେଲ କହିଛନ୍ତି। ସେମାନେ( ବିଜେପି) ମୋ ବ୍ୟକ୍ତି ଜୀବନକୁ ଟାର୍ଗେଟ୍‌ କରିଛନ୍ତି, ମାତ୍ର ଏହା ବ୍ୟାକ୍‌ ଫାୟାର ହେବ ବୋଲି ଶ୍ରୀ ପଟେଲ କହିଛନ୍ତି।
ଏ ନେଇ କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମନ୍ଦାଭିୟ କହିଛନ୍ତି, ହାର୍ଦ୍ଦିକ ପଟେଲଙ୍କ ବିବାଦୀୟ ଭିଡିଓ କ୍ଲିପ୍‌ ନେଇ ବିଜେପିର କିଛି କରିବାର ନାହିଁ। ହାର୍ଦ୍ଦିକ ପଟେଲ ବିଜେପିକୁ ଏଥ ିପାଇଁ ନିନ୍ଦା କରିବା ପରିବର୍ତ୍ତେ ଏ ନେଇ ସେ କୋର୍ଟରେ କିମ୍ବା ଥାନାରେ ଅଭିଯୋଗ କରିବା ଉଚିତ।


ଅପରପକ୍ଷେ ପାସ୍‌ର ପୂର୍ବତନ ଆବାହକ ଅଶ୍ୱିନ ପଟେଲ ଯିଏ ୨୦୧୨ ମସିହାରେ ପାଟିଦାର ଆନ୍ଦୋଳନ ଆରମ୍ଭ କରିଥଲେ କହିଛନ୍ତି ଯେ ହାର୍ଦ୍ଦିକ ପଟେଳଙ୍କର ଯୁବତୀମାନଙ୍କ ସହିତ ସମ୍ପର୍କ ରହିଛି। ହାର୍ଦ୍ଦିକ ବହୁ ଝିଅମାନଙ୍କ ସହିତ ସମ୍ପର୍କ ରଖୁଥିବାରୁ ସେ ହାର୍ଦ୍ଦିକଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ବୋଲି ଶ୍ରୀ ପଟେଲ କହିଛନ୍ତି। କେବଳ ସେତିକି ନୁହେଁ, ହାର୍ଦ୍ଦିକଙ୍କ ଘନିଷ୍ଠ ସହଯୋଗୀମାନେ ମଧ୍ୟ ସୁରଟ, ରାଜକୋଟ, ଓ ମୋର୍‌ବିରେ ମଧ୍ୟ ଯୁବତୀମାନଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ଶ୍ରୀ ପଟେଲ ଅଭିଯୋଗ କରିଛନ୍ତି। ଅଶ୍ୱିନ କହିଛନ୍ତି ଯେ ୨୦୧୫ରେ ହାର୍ଦ୍ଦିକ ତାଙ୍କ ପାଖକୁ ଜଣେ ଯୁବତୀଙ୍କୁ ନେଇ ଆସିଥିଲେ ଓ ତାଙ୍କୁ ତାଙ୍କର ପତ୍ନୀ ବୋଲି ପରିଚୟ ଦେଇ ମନାଲି ବୁଲିବାକୁ ଯାଇଥିଲେ। ଏହାର ସମସ୍ତ ରେକର୍ଡ ତାଙ୍କ ପାଖରେ ଅଛି ବୋଲି ଶ୍ରୀ ପଟେଲ କହିବା ସହିତ ଯଦି ଆଗାମୀ ୪ ଦିନ ମଧ୍ୟରେ ଏ ନେଇ ହାର୍ଦ୍ଦିକ ସ୍ପଷ୍ଟ ଉତ୍ତର ନ ଦଅନ୍ତି, ତେବେ ମୁଁ ଏହି ରେକର୍ଡ ଗୁଡ଼ିକୁ ସର୍ବସଧାରଣରେ ପ୍ରକାଶ କରିବି ବୋଲି ଶ୍ରୀ ପଟେଲ କହିଛନ୍ତି।
ଏହି ଭିଡିଓ ସିଡି ନେଇ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରିିଛି । କଂଗ୍ରେସ ମୁଖପାତ୍ର ଶକ୍ତିସିଂହ ଗୋହଲି କହିଛନ୍ତି ଯେ ରାଜନୀତିରେ ବିଜେପି ତଳକୁ ଖସିଯାଇି ଜଣକ ବ୍ୟକ୍ତିଗତ ଜୀବନର ଗୋପନୀୟତା ପରି ମୌଳିକ ଅଧିକାରକୁ ଉଲଂଘନ କରିବାକ ପଛାଇ ନାହିଁ।

ସମ୍ବନ୍ଧିତ ଖବର