ଆମରୋହା: ଉତ୍ତରପ୍ରଦେଶର ଆମ୍ରୋହାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମଦ୍ୟପ ବ୍ୟକ୍ତି ତାଙ୍କ କାର୍ରେ ଜଣେ ବାଇକ୍ ଚାଳକଙ୍କୁ ପିଟି ଦେବା ପରେ କାର୍ ବୋନେଟ୍ରେ ଅନେକ ବାଟ ଘୋଷାରି ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ତାଙ୍କ ବୋନେଟ୍ରେ ବାଇକ୍ରଙ୍କୁ ଘୋଷାରି ନେଇ ଏକ ଔଷଧ ଦୋକାନ ସାମ୍ନାରେ ରହିଥିଲେ।
ଗତକାଲି ସନ୍ଧ୍ୟାରେ ଘଟିଥିବା ଏହି ଘଟଣାଟି ସିସିଟିଭିରେ ଏକଦ ହୋଇଛି। ସିସିଟିଭିରେ ଦେଖିବାକୁ ମିଳିଛି ଯେ ଔଷଧ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବା ଲୋକମାନେ ଦେଖୁଛନ୍ତି ଯେ କାର୍ଟି ତାଙ୍କ ଆଡ଼କୁ ମାଡ଼ି ଆସୁଛି। ତେବେ କାରର୍ ବୋନେଟ୍ରେ ଜଣେ ବ୍ୟକ୍ତି ଘୋଷାରି ହୋଇ ଆସୁଛନ୍ତି। କାର୍ଟି ଦ୍ରୁତ ଗତିରେ ଆସି ଔଷଧ ଦୋକାନର ପ୍ରବେଶ ଦ୍ବାର ନିକଟରେ ଅଟକିଯାଉଛି।
ମଦ୍ୟପ ବ୍ୟକ୍ତି ଜଣକ କାର୍ରୁ ଓହ୍ଲାଇବା ପରେ ତାଙ୍କୁ ଲୋକମାନେ ଘେରି ଯାଇଥିଲେ। ଏହି ଘଟଣାରେ ଦୁଇଜଣ ବାଇକ୍ ଆରୋହୀ ଆହତ ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପୁଲିସ ମଦ୍ୟପ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/04/v3jz3906kv2L75lYt7Zb.jpg)