କାଠମାଣ୍ଡୁ : ନେପାଳର ପୋଖରାରେ ଗତ ରବିବାର ଦିନ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଥିଲା। ଏହି ବିମାନ ଦୁର୍ଘଟଣା ଗତ ୫ ବର୍ଷ ଭିତରେ ସବୁଠାରୁ ବଡ଼ ଓ ଭୟାନକ ଥିଲା ବୋଲି କୁହାଯାଉଛି। ତେବେ ଏହି ଦୁର୍ଘଟଣା ପୂର୍ବରୁ ପରିସ୍ଥିତି କିପରି ଥିଲା ତାହାର ଏକ ଭିଡିଓ ସାମ୍ନାକୁ ଆସିଛି।

Advertisment

ଏହି ଭିଡିଓକୁ ବିମାନରେ ଯାତ୍ରା କରୁଥିବା ଜଣେ ଭାରତୀୟ ଯାତ୍ରୀ ରେକର୍ଡ କରିଥିବା ଜଣାପଡ଼ିଛି। ଯାହାଙ୍କର ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଏହି ମୃତ ଯାତ୍ରୀଙ୍କ ନାମ ‌ସୋନୁ ଜାୟସବାଲା ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପୂର୍ବର ବୋଲି କୁହାଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଯେ ଜଣେ ଭାରତୀୟ ନାଗରିକ ତାଙ୍କ ଫୋନ୍ ସାହାଯ୍ୟରେ ବିମାନ ଭିତର ଏବଂ ବାହାର ଦୃଶ୍ୟକୁ ସୁଟିଂ କରୁଛନ୍ତି। ଏହି ସମୟରେ ବିମାନଟି ଗୋଟିଏ ପାର୍ଶ୍ୱକୁ ଅଣେଇ ‌ହୋଇ ଢ଼ଳି ପଡ଼ୁଛିି , ଆଉ ନିଆଁ ଲାଗି ଯାଉଥିବା ଦେଖିବାକୁ ମିଳୁଛି।

WATCH: Indian passenger's Facebook Live video captures Nepal plane crash from inside ill-fated Yeti Airlines flight in Pokhara

ଏହି ଭିଡିଓକୁ ପୋଖରା ବିମାନ ଦୁର୍ଘଟଣାର ବୋଲି କୁହାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ କେହି ଏହାକୁ ଅଧିକାରିକ ଭାବେ ନିଶ୍ଚିତ କରିନାହାଁନ୍ତି।

ଏହି ଭିଡିଓକୁ ନେପାଳର ପୂର୍ବତନ ସାଂସଦ ଅଭିଷେକ ପ୍ରତାପ ଏକ ଗଣମାଧ୍ୟମକୁ ପଠାଇ କହିଛନ୍ତି ଯେ, ‘ତାଙ୍କୁ ଏହି ଭିଡିଓ ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ପଠାଯାଇଛି। ଯେଉଁମାନେ ବିମାନର ଧ୍ୱଂସାବଶେଷ ନିକଟରୁ ଏହି ଭିଡିଓ ପାଇଛନ୍ତି ବୋଲି କହିଛନ୍ତି। ଏହି ବିମାନ ଦୁର୍ଘଟଣାରେ ୭୨ ଜଣ ଯାତ୍ରୀପ୍ରାଣ ହରାଇଛନ୍ତି। ଦୁର୍ଘଟଣାର ତଦନ୍ତ ପାଇଁ ୫ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି।’