ଅହମଦାବାଦ: ଗୁଜୁରାଟର ଅହମ୍ମଦାବାଦ୍ରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା। ଗୁଜୁରାଟର ଜଣେ ବାସନ୍ଦାଙ୍କ ଘରେ ଏକ ସିଂହ ପ୍ରବେଶ କରି ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରୋଷେଇ ଘର କାନ୍ଥରେ ବସି ରହିଲା, ଯାହା ଫଳରେ ସେଠାକାର ବାସିନ୍ଦାମାନେ ଜୀବନ ବଞ୍ଚାଇବାକୁ ଦୌଡ଼ାଧାଆଁ କରିବ ପରିସ୍ଥିତି ଉପୁଜିଥିଲା। ପରେ ଗାଁ ଲୋକେ ପରିବାରକୁ ଉଦ୍ଧାର କରିବାକୁ ଆସି ଆଲୋକ ଏବଂ ଶବ୍ଦ ବ୍ୟବହାର କରି ସିଂହକୁ ଘଉଡ଼ାଇ ଦେବାରେ ସଫଳ ହୋଇଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ କୋଭାୟା ଗାଁରେ ମୁଲୁଭାଇ ରାମଭାଇ ଲଖନୋତ୍ରାଙ୍କ ପରିବାର ଶୋଇଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ଏକ ସିଂହ ଛାତ ଫାଟକ ଦେଇ ସେମାନଙ୍କ ଘରେ ପ୍ରବେଶ କରିଥିଲା। ତା’ପରେ ତାଙ୍କ ଘରେ ଭୟର ଆତଙ୍କ ଖେଳି ଯାଇଥିଲା। ପରିବାର ଲୋକ ନିଜ ଘରୁ ବାହାରକୁ ଦୌଡ଼ି ପଳାଇ ଆସି ସିଂହ ଗସ୍ତ ବିଷୟରେ ଗାଁ ଲୋକଙ୍କୁ ଜଣାଇଲେ।
ଗୁଜୁରାଟର ଆମରେଲି ଜିଲ୍ଲାରେ ଘଟିଥିବା ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ ଏକ ସିଂହ କାନ୍ଥ ଉପରେ ବସି ରୋଷେଇ ଘରକୁ ଦେଖୁଛି। ଜଣେ ଗ୍ରାମବାସୀ ତାଙ୍କ ମୁହଁ ଉପରେ ଟର୍ଚ୍ଚଲାଇଟ୍ ପକାଉଥିବା ବେଳେ ସେ ଚାରିପାଖକୁ ଦେଖୁଛି। କିଛି ସମୟ ପାଇଁ ସେ କ୍ୟାମେରା ଆଡ଼କୁ ଚାହିଁଲା ଓ ଅନ୍ଧାରରେ ତା’ ଆଖି ଝଲସୁଥିଲା।
ପ୍ରାୟ ଦୁଇ ଘଣ୍ଟା ପରେ, ସିଂହକୁ ଘଉଡ଼ାଇ ଦିଆଯାଇଥିଲା। ତେବେ ଏହି ଘଟଣାାରେ କେହି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/04/wMNs5b9gZPFf8KZtJ66H.jpg)