ନୈରୋବି: କେନିଆର ରାଜଧାନୀ ‌ନୈରୋବିରେ ଗ୍ୟାସ ବିସ୍ଫୋରଣ ପରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୫ ଜଣ ଆହତ ହୋଇଛନ୍ତି।

Advertisment

ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋଟର୍ ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରି ପୂର୍ବରୁ (ସ୍ଥାନୀୟ କେନିଆ ସମୟ) ଏହି ଘଟଣା ଘଟିଛି ବୋଲି ଜଣେ ମୁଖପାତ୍ର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଜଣାଇଛନ୍ତି।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଏହି ବିସ୍ଫୋରଣର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି।