ନୂଆଦିଲ୍ଲୀ: ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ ଘଟୁଥିବା ଘଟଣା କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଥାଏ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଯାତାୟାତ କରନ୍ତି। ସେମାନଙ୍କ ମଧ୍ୟରୁ କିଛି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନିଜର ବିଭିନ୍ନ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ କେହି ନାଚୁଥିବାର ଦେଖିବାକୁ ମିଳେ ତ ଆଉ କିଏ କେଶକୁ ସିଧା କରିବା ଆରମ୍ଭ କରିଦିଏ। ଏପରିକି ଥରେ ଜଣେ ଯୁବତୀ ବିକିନି ପିନ୍ଧି ଭାଇରାଲ ହୋଇଥିଲେ। ତେବେ ଆଜିକାଲି ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ବର୍ତ୍ତମାନ ଦିଲ୍ଲୀ ମେଟ୍ରୋରେ ଏକ ଦମ୍ପତି ପରସ୍ପରକୁ ଚୁମ୍ବନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଇଣ୍ଟରନେଟରେ ଖୁବ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯବକ ଓ ଜଣେ ଯୁବତୀଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି। ଏହାକୁ ଟ୍ଵିଟରରେ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି, ଏହି ଭାଇରାଲ ଭିଡିଓଉପରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ମେଟ୍ରୋ, ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
Scenes at #DelhiMetro#yellowline adjacent to T2C14 towards HUDA City center @OfficialDMRC@DCP_DelhiMetro@DelhiPolice@ArvindKejriwalpic.twitter.com/A2N9LuVQDE
— Bhagat S Chingsubam (@Kokchao) June 17, 2023
ଏହି ଭାଇରାଲ ଭିଡିଓଟି ୟେଲୋ ମେଟ୍ରୋ ଲାଇନ ଅଞ୍ଚଳର ହୋଇଥିବା ନେଇ କୁହାଯାଉଛି। ତେବେ ଏନେଇ ହୁଡା ସିଟି ସେଣ୍ଟରରେ ଯାଞ୍ଚ କରାଯାଇଥିଲା ଏବଂ ସେଭଳି କୌଣସି ଯାତ୍ରୀ ମିଳି ନଥିଲେ। ଅନ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ଭିଡିଓଉପରେ ପ୍ରତିକ୍ରିୟା ଦେଉଛନ୍ତି। କେହି ଜଣେ ଲେଖିଛନ୍ତି ଯେ ସାର୍ବଜନୀନ ସ୍ଥାନରେ ଏଭଳି କାର୍ଯ୍ୟ ବନ୍ଦ ହେବା ଉଚିତ, ତେଣୁ ଅନେକ ଲୋକ ଭିଡିଓ ନିର୍ମାତାଙ୍କୁ ସମାଲୋଚନା କରିବା ସହ ତାଙ୍କ ବିନା ଅନୁମତିରେ ଏଭଳି ବ୍ୟକ୍ତିଙ୍କ ଭିଡିଓ କରିବା ଭୁଲ୍ ବୋଲି କହିଛନ୍ତି।