ତିରୁବନନ୍ତପୁରମ୍: ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ କେରଳ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି। ଦୁର୍ଘଟଣାରେ ପଛକୁ ପଛ ଆସି ଧକ୍କା ହେଲା ୫ରୁ ଅଧିକା ଗାଡ଼ି।
କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଏହି ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ପଛକୁ ପଛ ଆସି ପାଞ୍ଚରୁ ଅଧିକା ଗାଡି ଧକ୍କା ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ତିରୁଅନନ୍ତପୁରମ ଆଡ଼କୁ ଯାଉଥିବାବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡ୍ ଆଗରେ ଗୋଟିଏ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟ୍ ହଠାତ୍ ଗାଡିରେ ବ୍ରେକ୍ ଲଗାଇଥିଲେ। ଏହି ସମୟରେ କାରକେଡର ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିବାରୁ ହଠାତ ଅଟକିପାରିନଥିଲା। ଫଳରେ ପଛକୁ ପଛ ଆସି ଗୋଟିଏ ପରେ ଗୋଟିଏ ୫ରୁ ଅଧିକା ଗାଡ଼ି ଧକ୍କା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/29/18PB8uGHRmUGAX2b0XKh.jpg)