କେଉଁ ସୁଇମିଂ ପୁଲ୍ ନୁହେଁ, ରାସ୍ତା ଉପର ପାଣିରେ ଭାସି ଭାସି ରିପୋର୍ଟିଂ କଲେ ପାକିସ୍ଥାନ ରିପୋର୍ଟର, ଭିଡିଓ ହେଲ ଭାଇରାଲ୍
ଇସ୍ଲାମବାଦ୍: ପ୍ରବଳବର୍ଷା ହେତୁ ବିଭିନ୍ନ ସ୍ଥାନରେ ପାଣି। ନିକଟରେ ଆପଣ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ତ ଦେଖିଥିବେ ନିଶ୍ଚୟ। ଇସ୍କନ୍ ମନ୍ଦିର ସାମ୍ନା, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ଆଦି କେତେକ ସ୍ଥାନରେ ପାଣି ମଧ୍ୟରେ ଗାଡ଼ି ଭାସୁଥିବାର ଦୃଶ୍ୟ ସବୁ ଦେଖିବାକୁ ମିଳିଥିଲା। ଏହି ଅବସ୍ଥା କେବଳ ଓଡ଼ିଶା କିମ୍ବା ଭାରତର ନୁହେଁ। ଏପରି ଦୃଶ୍ୟ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ପାକିସ୍ଥାନର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ରିପୋର୍ଟର ପାଣି ମଧ୍ୟରେ ଏକ ପ୍ଲାଷ୍ଟିକ୍ ଭାସମାନ ସାହାରାରେ ଭାସି ଭାସି ରିପୋର୍ଟିଂ କରୁଛନ୍ତି। ସେ କହୁଥିବାର ଶୁଣିବାକୁ ମିଳୁଛି ଯେ ‘ମୁଁ କୌଣସି ସୁଇମିଂ ପୁଲ୍ରେ ନୁହେଁ ବରଂ ରାସ୍ତାରେ ଭାସୁଛି। ଏହାକୁ ଖୁବ୍ ଉପଭୋଗ କରୁଛି। କାହିଁକି ନା, ପାଣି ତ ଜଲ୍ଦି ସୁଖାଯାଇ ପାରିବ ନାହିଁ। ତେଣୁ ଭଲ ହେବ ପରିସ୍ଥିତି ଯେମିତି ଅଛି ସେହି ଅନୁସାରେ ଆମେ ଉପଭୋଗ କରିବା।’
ରିପୋର୍ଟର ଜଣକ ହେଉଛନ୍ତି ଦୁନିଆ ନିଉଜ୍ର ଚାନ୍ଦ୍ ନଓ୍ଵାବ। ଲହୋରର ଏହି ରିପୋର୍ଟର ଜଣକ ଏକ ନିଆରା ଉପାୟରେ ରିପୋର୍ଟିଂ କରି ବେଶ୍ ଚର୍ଚ୍ଚା ପାଲଟିଛନ୍ତି।