ଅଷ୍ଟିନ: ଟେକ୍ସାସରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଡୁଆଲ୍ ଇଞ୍ଜିନ ପ୍ରୋପେଲର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଟେକ୍ସାସର ଏକ ରାଜପଥରେ ଖଣ୍ଡଖଣ୍ଡ ହୋଇଯାଉଥିବାର ଦେଖିବାକୁ ମିଳୁଛି। ଘଟଣାର ଗୋଟିଏ ଦିନ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଆସିଛି ଯେଉଁଥିରେ ଏହି ଦୁର୍ଘଟଣାର ସମ୍ପୂର୍ଣ୍ଣ ଭିଡିଓ ରହିଛି।
ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଏହି ଘଟଣାରେ ରାସ୍ତାରେ ଚଳାଚଳ କରୁଥିବା ଏକାଧିକ ଯାନ କ୍ଷତିଗ୍ରସ୍ତ ହୋଇଛି। ଚାରି ଜଣ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ କହିଛି ଯେ, ହ୍ୟୁଷ୍ଟନର ଦକ୍ଷିଣ-ପୂର୍ବଠାରୁ ପ୍ରାୟ ୧୫୦ ମାଇଲ (୨୪୦ କିଲୋମିଟର) ଭିକ୍ଟୋରିଆର ଏକ ମୋଟରୱେ ବ୍ରିଜ ନିକଟରେ ପାଇପର୍ ପିଏ-୩୧ ବିମାନ ପ୍ରାୟ ଅପରାହ୍ନ ୩ ଟା ସମୟରେ (ଭାରତୀୟ ସମୟ ରାତି ସାଢ଼େ ୨ଟା) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ କେବଳ ପାଇଲଟ୍ ଥିଲେ।
ଏହି ଘଟଣାରେ ତିନୋଟି ଗାଡି ନଷ୍ଟ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନକୁ ରାସ୍ତାରେ ଖଣ୍ଡଖଣ୍ଡ ହୋଇ ପଡ଼ିଥିବାର ଦେଖିବାକୁ ମିଳୁଛି। ଭିଜୁଆଲରେ ଦେଖିବାକୁ ମିଳୁଛି, ବିମାନଟି ମଝିରୁ ଭାଙ୍ଗି ଯାଇଛି ଏବଂ ଏହାର କିଛି ଅଂଶ ଏକ କାର ଉପରେ ପଡ଼ିଛି।
ଭିକ୍ଟୋରିଆ ପୁଲିସର ଡେପୁଟି ଚିଫ୍ ଆଲିନ୍ ମୋୟା ନିଶ୍ଚିତ କରିଛନ୍ତି ଯେ, ତିନି ଜଣ ଲୋକ ଏହି ଘଟଣାରେ ସାମାନ୍ୟ ଆହତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ପାଇଁ ଦୂର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାଇଲଟଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା। ମୋୟା ଆହୁରି କହିଛନ୍ତି ଯେ ଏହା ଏକ ସାଧାରଣ ଘଟଣା ନୁହେଁ, କିନ୍ତୁ ଆମେ ଖୁସି ଯେ ଲୋକମାନେ ଭଲ ଅଛନ୍ତି ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି। ପାଇଲଟଙ୍କ ପରିଚୟ ଗୁପ୍ତ ରଖାଯାଇଛି । ଏହା ସହିତ ଏଫଏଏ ମଧ୍ୟ ଘଟଣାର ଅନୁସନ୍ଧାନ କରିବାକୁ ନିଶ୍ଚିତ କରିଛି।
ଅଧିକ ପଢ଼ନ୍ତୁ: ଛତିଶଗଡ଼: ସୁରକ୍ଷାବାହିନୀ ଗୁଳିରେ ୭ ମାଓବାଦୀ ମୃତ
ଘଟଣାର ସାକ୍ଷୀ ଟୋପି ପୋଏନର୍ ରିପୋର୍ଟ କରିଛନ୍ତି, ସେମାନେ ଏକ ଛକ ନିକଟରେ ପହଞ୍ଚିବା ବେଳକୁ ଏକ ଛୋଟ ବିମାନର ଇଞ୍ଜିନର ଶବ୍ଦ ଶୁଣିଥିଲେ। ତଳକୁ ଖସୁଥିବା ବିମାନର ଛାୟା ମୋ ବାମ ପାର୍ଶ୍ୱରେ ଦେଖାଯିବା ଆରମ୍ଭ କରିଥିଲା, ଏହା ମୋ ଟ୍ରକ୍ ଉପରେ ଯାଇଥିଲା।
#WATCH : Video of the moment when plane crashes into 3 cars on highway in Victoria, Texas
— upuknews (@upuknews1) December 12, 2024
Victoria Police Deputy Chief Eline Moya said four people were taken to hospitals. Three had non-life threatening injuries and one was transported to an out-of-town hospital for higher-level… pic.twitter.com/W6UfUaw3Ga
କିଛି କ୍ଷଣ ପରେ ଏହା ମୋ ଠାରୁ ପ୍ରାୟ ୪୦୦ମିଟର ଦୂରରେ ଖସିପଡ଼ିଥିଲା। ପଏନୋର କହିଛନ୍ତି ଯେ ଦୁର୍ଘଟଣା ପରେ ସେମାନେ ବିମାନ ପାଖକୁ ଦୌଡ଼ିଯାଇ ପାଇଲଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ତାଙ୍କୁ ମୁକ୍ତ କରିବାରେ ଅସମର୍ଥ ହୋଇଥିଲେ।
ଅଧିକ ପଢ଼ନ୍ତୁ: ହସିନାଙ୍କୁ ହଟାଇବା ପାଇଁ ଏ, ବି ଏବଂ ସି ଷଡ଼ଯନ୍ତ୍ର ରଚିଥିଲେ ୟୁନୁସ