ଆଗ୍ରା: ଉତ୍ତରପ୍ରଦେଶର ଏକ ବିଦ୍ୟାଳୟରେ ପ୍ରିନ୍ସପାଲ ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ସମ୍ପ୍ରତି, ୟୁପିରେ ଥିବା ଏକ ବିଦ୍ୟାଳୟର ପ୍ରିନ୍ସପାଲ କାର୍ଯ୍ୟାଳୟରେ ଫେସିଆଲ କରୁଥିବା ସମୟ‌ରେ ଧରାପଡ଼ିଥିଲେ। ସେ ଭିଡିଓ ପ୍ରସ୍ତୁତ କରୁଥିବା ଶିକ୍ଷୟିତ୍ରୀଙ୍କୁ କାମୁଡି ଦେଇଥିଲେ। ଏହି ଘଟଣାର କିଛି ସପ୍ତାହ ପରେ ରାଜ୍ୟର ଅନ୍ୟ ବିଦ୍ୟାଳୟର ପ୍ରିନ୍ସପାଲ ବିଳମ୍ବରେ ଆସିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମାମଲା ଆଗ୍ରାରେ ଘଟିଛି।

Advertisment

ଆଗ୍ରା ସେଗାନା ଗାଁର ପୂର୍ବତନ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ଗୁଞ୍ଜନ ଚୌଧୁରୀ ନାମକ ଜଣେ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ପୋଷାକ ଛିଣ୍ଡାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ପ୍ରିନ୍ସପାଲ ଏହା ଦର୍ଶାଇବାକୁ ଚାହିଁଥିଲେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଧରି ରଖିଛନ୍ତି। ପ୍ରିନ୍ସପାଲଙ୍କ ଡ୍ରାଇଭର ପ୍ରଥମେ ଦୁଇଜଣଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ସେ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା।

ଜଣେ ମହିଳା ତାଙ୍କ ଫୋନର କ୍ୟାମେରାରେ ଏହି ଘଟଣାକୁ କଏଦ କରିଥିଲେ। ଭିଡିଓରେ ସେ ଏହା ରେକର୍ଡ ‌ହେଉଥିବା କହୁଛନ୍ତି। ସେ କହୁଛନ୍ତି, ଏହା ରେକର୍ଡ କରାଯାଉଛି। ମ୍ୟାଡାମ୍, ଏହା ଅଶାଳୀନ ଅଟେ। ଏହା ଆପଣଙ୍କୁ ଶୋଭା ଦେଉନାହିଁ ? ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ଆହତ ହୋଇଥିଲେ।

ଉଭୟ ପରସ୍ପରକୁ ଆଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଆକ୍ରମଣର ପୁରା ଘଟଣା ପରେ ସ୍କୁଲ ପ୍ରିନ୍ସପାଲ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।