ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି ଜଣେ ମହିଳା- ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ମୁଉସର୍ମବାଗରେ ଜଣେ ମହିଳା ବସିଥିବା ଏକ ସ୍କୁଟର୍‌କୁ ଟ୍ରାଫିକ୍‌ ପୁଲିସ ଅଟକାଇବା ପରେ ସେ ପୁଲିସବାଲାଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ସମ୍ବଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଶନିବାର ସାଢ଼େ ୪ଟା ବେଳେ ଘଟଣାଟି ମଲକପେଟ୍‌ ଆର୍‌ଟିଏ ଠାରେ ଘଟିଥିଲା। ଶାବ-ଏ-ମେରାଜ୍‌ ଉପଲକ୍ଷେ ଟ୍ରାଫିକ୍‌ ପୁଲିସ ଆର୍‌ଟିଏ କାର୍ଯ୍ୟାଳୟ ନିକଟରେ ଗାଡ଼ିମଟର ଯାଞ୍ଚ କରୁଥିଲେ। ପୁଲିସକୁ ଦେଖି ସାଏଦା ଜରିନାଙ୍କୁ ପଛରେ ବସାଇ ସ୍କୁଟର୍‌ ଚଢୁଥିବା ଲୋକଟି ହଠାତ୍‌ ଅଟକି ଯାଇଥିଲେ। ସେମାନେ ଅମ୍ବେରପେଟ୍‌ରୁ ମୁଉସର୍ମବାଗ ଯାଉଥିଲେ।

ଚାଳକ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଏସ୍‌ଆଇ ଶା ହୁସେନ୍‌ଙ୍କ ନେତୃତ୍ୱରେ ଥିବା ପୁଲିସଙ୍କୁ ଦେଖି ସ୍କୁଟର୍‌ ବନ୍ଦ କରି ଭୁଲ୍‌ ରାସ୍ତାରେ ସେ ବୁଲି ପଳାଇବାକୁ ଚାହୁଁଥିଲେ। ଗୃହରକ୍ଷୀ ବଳରାଜ ସ୍କୁଟର୍‌ଟିକୁ ଅଟକାଇ ଥିଲେ।

ଗୃହରକ୍ଷୀ ସ୍କୁଟର୍‌ ଚାଳକ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଦୃଶ୍ୟ ଉତ୍ତୋଳନ କରିବାରୁ ପଛରେ ବସିଥିବା ମହିଳା ଜଣକ ରାଗରେ ପାଚିଗଲେ। ସେ ଗୃହରକ୍ଷୀଙ୍କୁ ଗାଳିଫଜିତ କରି ଧକ୍କା ପକାଇଲେ। ସେ ଦୁର୍ବ୍ୟବହାର କରୁଥିବା ଦେଖି ଏସ୍‌ଆଇ ହସ୍ତକ୍ଷେପ କଲେ। କିନ୍ତୁ ମହିଳାଜଣକ ନିୟମ ମାନିବାକୁ ରାଜି ନ ହୋଇ ନିଜେ ସ୍କୁଟର୍‌ ଚଳାଇ ପଳାଇବାକୁ ବାହାରିଲେ। ଶେଷରେ ମହିଳା ପୁଲିସ ଡକାଇ ତାଙ୍କୁ ଥାନାକୁ ନେବାକୁ ପଡ଼ିଥିଲା।
ପରେ ମହିଳା ଜଣକ ପୁଲିସଙ୍କୁ କ୍ଷମା ଯାଚନା କରିବାରୁ ତାଙ୍କୁ ବିରୋଧରେ ମାମଲା ରୁଜୁ କରାଯାଇ ନ ଥିଲା। ସେ ଯାହାହେଉ, ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଲୋକେ ତାଙ୍କୁ ଛି’ଛାକର କରୁଛନ୍ତି।

ସମ୍ବନ୍ଧିତ ଖବର