ଚଣ୍ଡିଗଡ଼ : ପଞ୍ଜାବ ପୁଲିସ୍ ନିଜର କର୍ମନିଷ୍ଠା ପାଇଁ ସାରା ଦେଶରେ ଉଦାହରଣ ପସ୍ତୁତ କରିଥିବା ବେଳେ ନିକଟରେ ଏକ ଭିଡ଼ିଓ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ପଞ୍ଜାବ ପୁଲିସ୍ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି; ଯେଉଁଥିରେ ବିଚ୍ ରାସ୍ତାରେ ଜଣେ ପୁଲିସ୍ କର୍ମୀଙ୍କୁ ଦୁଇ ଯୁବକ-ଯୁବତୀ ମାରପିଟ୍ କରୁଥିବାର ଦେଖିବାକୁ ମିଳିଛି। ଏହି ଘଟଣା ଚଣ୍ଡିଗଡ଼ ସେକ୍ଟର ୨୨ରେ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ , କିଛି କଥାକୁ ନେଇ ସଂପୃକ୍ତ ପୁଲିସ୍ କର୍ମୀ ଏବଂ ଯୁବକଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଯୁବକ ଜଣଙ୍କ ପୁଲିସ୍ ଉପରକୁ ହାତ ଉଠାଇଥିଲେ । ପ୍ରଥମେ ଯୁବତୀ ଜଣଙ୍କ ମାରପିଟ କରିବାରୁ ବିରତ ରହିବାକୁ ଯୁବକ ଜଣଙ୍କୁ ଅଟକାଉଥିବା ଦେଖାଯାଇଥିବା ବେଳେ ପରେ ଯୁବତୀ ଜଣକ ମଧ୍ୟ ଯୁବକଙ୍କ ସହ ମିଶି ପୁଲିସ୍ କର୍ମୀଙ୍କୁ ମାରୁଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଶେଷକୁ ପୁଲିସ୍ କର୍ମୀଙ୍କୁ ଯୁବକ ଜଣଙ୍କ ଅଭିଯୁକ୍ତ ସଦୃଶ ଟାଣିଟାଣି ନେଉଥିବାର ଦେଖିବାକୁ ମିଳିଥିଲା।
ସଂପୂର୍ଣ୍ଣ ଘଟଣାଟି ବିଚ୍ ରାସ୍ତା ଉପରେ ଘଟିଥିଲେ ମଧ୍ୟ ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି ପୁଲିସକର୍ମୀଙ୍କ ସାହାଯ୍ୟ କରିବା ପାଇଁ ଆସି ନଥିଲେ । ଘଟଣାଟିର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଆସିବା ପରେ ପୁଲିସ୍ ବର୍ତ୍ତମାନ ଲୋକହସାର କାରଣ ପାଲଟିଛି।
ବିଚ୍ ରାସ୍ତାରେ ପୁଲିସ୍ କର୍ମୀଙ୍କୁ ମାରପିଟ୍ କଲେ ଯୁବକ-ଯୁବତୀ, ସାହଯ୍ୟ କରିବା ପରିବର୍ତ୍ତେ ଏହାକୁ ଭିଡ଼ିଓ କଲେ ଉପସ୍ଥିତ ଲୋକ
/sambad/media/post_attachments/wp-content/uploads/2018/06/12_19_4822600002-ll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)