ନୂଆଦିଲ୍ଳୀ: ସୋମବାର ଉତ୍ତର ପଶ୍ଚିମ ଦିଲ୍ଲୀର ବୁରାରୀର ଆବାସିକ ଅଞ୍ଚଳରେ ଏକ ବାଘ ଦେଖା ଦେବା ପରେ ଲୋକଙ୍କ ମନରେ ଭୟର ଆତଙ୍କ ଖେଳିଯାଇଛି। ଜାଣିବାକୁ ମିଳିଛି ଯେ ଆବାସିକ ଅଞ୍ଚଳରେ ଏକ କଲରାପତରିଆ ବାଘ ପ୍ରବେଶ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
ବାଘଟି ଛାତ ଉପରୁ ଡେଇଁପଡୁଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି ଏବଂ ବାସିନ୍ଦାମାନେ ଭୟଭୀତ ହୋଇ ଏହାକୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରୁଛନ୍ତି।
ବାଘଟି ସେଠାରେ ଉପସ୍ଥିତ ଥିବା ୪-୫ ଜଣ ଲୋକଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ଆହତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ବାଘ ଆତଙ୍କ ବିଷୟରେ ଖବର ପାଇ ପୁଲିସ୍ ଏବଂ ଜଙ୍ଗଲ ବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାସିନ୍ଦାଙ୍କ ସହାୟତାରେ ଚିତାବାଘଟିକୁ ଧରି ଏକ କୋଠରୀରେ ବନ୍ଦ କରି ରଖାଯାଇଛି ବୋଲି ଜାଣିବାକୁ ମିଳିଛି। ଏ ସଂପର୍କରେ ଖବର ପାଇବା ମାତ୍ରେ ପୁଲିସ୍ ଏବଂ ବନ ବିଭାଗୀୟ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।