Advertisment
ଦେଶ- ବିଦେଶ

‌ଗୋ ବ୍ୟାକ୍‌ ମମତା: ଅକ୍ସଫୋର୍ଡ ୟୁନିଭରସିଟିରେ ଭାଷଣ ବେଳେ ଦିଦିଙ୍କୁ ବିରୋଧ

ବିବାଦରେ ଦିଦିଙ୍କ ଭାଷଣ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜରେ ଭାଷଣ ଦେଇ ଫସିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏହି ସମୟରେ ମମତା ଦେଇଥିବା ଏକ ବୟାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।

 ‌ଗୋ ବ୍ୟାକ୍‌ ମମତା: ଅକ୍ସଫୋର୍ଡ ୟୁନିଭରସିଟିରେ ଭାଷଣ ବେଳେ ଦିଦିଙ୍କୁ ବିରୋଧ

କୋଲକାତା: ବିବାଦରେ ଦିଦିଙ୍କ ଭାଷଣ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜରେ ଭାଷଣ ଦେଇ ଫସିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏହି ସମୟରେ ମମତା ଦେଇଥିବା ଏକ ବୟାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜରେ ଦିଆଯାଇଥିବା ଭାଷଣ ସମୟରେ ମମତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ସମୟରେ କିଛି ଛାତ୍ର ମମତାଙ୍କୁ ପ୍ରଶ୍ନ ପଚାରିବା ସହ ଗୋବ୍ୟାକ୍ ମମତା ସ୍ଲୋଗାନ ମଧ୍ୟ ଦେଇଥିଲେ ।

Advertisment

ମମତା ବାନାର୍ଜୀ ଏହି ପ୍ରତିବାଦର ଜବାବ ଦେଇ ୧୯୯୦ ମସିହାର ଏକ ଫଟୋ ଦେଖାଇଥିଲେ ଏବଂ କହିଥିଲେ ବିରୋଧୀ ଦଳରେ ଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ ପଚାରିବାରୁ ବିବାଦ ଆରମ୍ଭ ହୋଇଥିଲା। 

ମମତା ଏହି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ମଝିରେ ଆଉ ଜଣେ ଦର୍ଶକ ଆଉ କିଛି ପଚାରିଥିଲେ । ଏହାପରେ କିଛି ଲୋକ ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଶ୍ନ ମଧ୍ୟ ପଚାରିଥିଲେ । ଏହା ଉପରେ ମମତା କହିଛନ୍ତି, ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏହାକୁ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ।

ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି , ଆପଣ ବଙ୍ଗଳା ଯାଇ ନିଜର ରାଜନୈତିକ ଦଳକୁ ମଜବୁତ କରନ୍ତୁ ଏବଂ ତା'ପରେ ମୋତେ ପ୍ରଶ୍ନ କରନ୍ତୁ । ପ୍ରଥମେ ମୋ ଫଟୋକୁ ଦେଖନ୍ତୁ ଏବଂ ଦେଖନ୍ତୁ କିପରି ମୋତେ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ କିଛି ଲୋକ ବଙ୍ଗଳାରେ ହିନ୍ଦୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ, ଯାହାର ଉତ୍ତରରେ ମମତା କହିଥିଲେ,ମୁଁ ସବୁ ଧର୍ମ ପାଇଁ, ହିନ୍ଦୁ ଓ ମୁସଲମାନ ସମସ୍ତେ ମୋ ପାଇଁ ସମାନ। ତେବେ ଏହି ଉତ୍ତର ପରେ କିଛି ଛାତ୍ର ମମତା ବାନାର୍ଜୀଙ୍କୁ ଫେରିଯିବାର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । 

Advertisment
ସବସ୍କ୍ରାଇବ କରନ୍ତୁ