ମମତା ଏହି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ମଝିରେ ଆଉ ଜଣେ ଦର୍ଶକ ଆଉ କିଛି ପଚାରିଥିଲେ । ଏହାପରେ କିଛି ଲୋକ ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଶ୍ନ ମଧ୍ୟ ପଚାରିଥିଲେ । ଏହା ଉପରେ ମମତା କହିଛନ୍ତି, ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏହାକୁ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ।

ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି , ଆପଣ ବଙ୍ଗଳା ଯାଇ ନିଜର ରାଜନୈତିକ ଦଳକୁ ମଜବୁତ କରନ୍ତୁ ଏବଂ ତା'ପରେ ମୋତେ ପ୍ରଶ୍ନ କରନ୍ତୁ । ପ୍ରଥମେ ମୋ ଫଟୋକୁ ଦେଖନ୍ତୁ ଏବଂ ଦେଖନ୍ତୁ କିପରି ମୋତେ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ କିଛି ଲୋକ ବଙ୍ଗଳାରେ ହିନ୍ଦୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ, ଯାହାର ଉତ୍ତରରେ ମମତା କହିଥିଲେ,ମୁଁ ସବୁ ଧର୍ମ ପାଇଁ, ହିନ୍ଦୁ ଓ ମୁସଲମାନ ସମସ୍ତେ ମୋ ପାଇଁ ସମାନ। ତେବେ ଏହି ଉତ୍ତର ପରେ କିଛି ଛାତ୍ର ମମତା ବାନାର୍ଜୀଙ୍କୁ ଫେରିଯିବାର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ।