ଯମୁନାନଗର: ହରିୟାଣାର ଯମୁନାନଗରରେ ଜଣେ କାର୍ ଚାଳକ ଏକା ସାଙ୍ଗରେ ୫ଜଣଙ୍କୁ ଆହତ କରିଥିବା ଜଣା ପଡ଼ିଛି। ଦ୍ରୁତଗତିରେ କାର୍ ଚଳାଇବା ସହ ଚାଳକଜଣଙ୍କ ପ୍ରଥମେ ଦୁଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା। କିଛି ବାଟ ଯାଇ ଏକ ବାଇକକୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ ଚାଳକ ଓ ତାର କିିଛି ବନ୍ଧୁ ଫେରାର ହୋଇ ଯାଇଥିଲେ ବୋଲି ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି ପୁଲିସ।
ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ବଂଶୀ ଲାଲଙ୍କ କହିବା ମୁତାବକ, ହୋଣ୍ଡା ସିଟି କାର ଭିତରେ ପ୍ରାୟ ୩-୪ଜଣ ଯୁବକ ବସିଥିଲେ। ଗାଡ଼ି ଚଳାଉଥିବା ଯୁବକ ପ୍ରଥମେ ଦୁଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ଏକ ଦୋକାନ ଆଗରେ ଠିଆ ହୋଇଥିବା କାରକୁ ଧକ୍କା ଦେଇଥିଲା। ସେଠାରେ ଲୋକେ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଚାଳକଜଣଙ୍କ ଦ୍ରୁତଗତିରେ ଗାଡ଼ି ଚଳାଇ ଆଗକୁ ବଢ଼ିଥିଲେ। କିଛି ବାଟ ଯାଇ ଜଣେ ବାଇକ ଚାଳକକୁ ଧକ୍କା ଦେବା ପରେ ଗାଡ଼ି ଭିତରେ ଥିବା ସମସ୍ତ ଯୁବକ ଗାଡ଼ି ଛାଡ଼ି ପଳାଇଥିଲେ।
#WATCH Haryana: A speeding car hits a cycle, a motorcycle and a parked car on a road in Yamuna Nagar, 5 people injured. Police have begun investigation. (11.1.20) pic.twitter.com/b52Qz3whNQ
— ANI (@ANI) January 12, 2020
ଘଟଣାର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଯେଉଁଥିରେ ଦ୍ରୁତଗତିରେ ଆସୁଥିବା କାର ସାଇକେଲ ଆରୋହୀ ଓ କାରକୁ ଧକ୍କା ଦେଉଥିବା ଦେଖାଯାଇଛି।