ବିନା ପାସପୋର୍ଟ ଓ ଭିସାରେ ୨ଟି ଦେଶ ବୁଲି ଆସିଲା ହାତୀ : ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଦେଶ ଦେଶ ମଧ୍ୟରେ ପ୍ରସ୍ତୁତ ହୋଇଥିବା ସୀମାରେଖା ଜଣେ ମଣିଷଠାରୁ ଆଉ ଜଣେ ମଣିଷକୁ ଅଲଗା କରିଥାଏ। ତେବେ ଦେଖିବାକୁ ଗଲେ ପଶୁପକ୍ଷୀଙ୍କ ପାଇଁ ଦୁନିଆରେ ସେମିତି କିଛି ସୀମାରେଖା ନାହିଁ । ଏହାର ଏକ ଉଦାହରଣ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଛି। ଚୀନର ୟୁନାନ ଅଞ୍ଚଳରେ ସକାଳୁ ସକାଳୁ ଏକ ଜଙ୍ଗଲୀ ହାତୀ ବୁଲୁବୁଲୁ ସୀମା ପାର କରି କେବଳ ଗୋଟେ ନୁହଁ ବରଂ ଦୁଇଟି ଦେଶ ବୁଲି ଫେରି ଆସିଛି। ବର୍ତ୍ତମାନ ଏହି ହାତୀର ଦୁଇ ଦେଶ ଭ୍ରମଣର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଭିଡ଼ିଓ ଅନୁଯାୟୀ , ସକାଳୁ ସକାଳୁ ବୁଲିବା ସମୟରେ ଜଙ୍ଗଲୀ ହାତୀଟି ଚୀନର ସୀମା ପାର କରି ଲାଓସ୍‌ ଚାଲିଯାଇଥିଲା । ଖାଲି ଯେ ଲାଓସ ବୁଲିଥିଲା ସେତିକି ନୁହଁ, ଏହାପରେ ଚୀନର ୟୁନାନ୍‌ ପ୍ରଦେଶର ଜିସୁଂହୁଆବନାଡ଼ାଇ ବୁଲି ପ୍ରାୟ ୨ ଘଣ୍ଟା ପରେ ପୁଣି ଫେରି ଆସିଥିଲା । ଏହି ଭିଡ଼ିଓରେ ସବୁଠାରୁ ମଜାଳିଆ ଦିଗ ହେଲା, ହାତୀଟି ସୀମା ପାର କରୁଥିବା ସମୟରେ ବାରିକେଡକୁ ନ ଭାଙ୍ଗି ବହୁତ ଚତୁରାତାର ସହ ତାହାକୁ ଡ଼େଇଁପଡ଼ି ବୁଲିବା ପାଇଁ ଯାଇଛି । ସୀମାରେ ଉପସ୍ଥିତ ସୁରକ୍ଷା କର୍ମୀ ସିସିଟିଭି ଫୁଟେଜ ଦେଖିବା ପରେ ଘଟଣା ବିଷୟରେ ଜଣିବାକୁ ପଇଥିଲେ । ପରେ ଆଖପାଖ ଗ୍ରାମ ସହ ଜଙ୍ଗଲରେ ହାତୀକୁ ଖୋଜିବା ଆରମ୍ଭ କରିଦେଇଥିଲେ ସୁରକ୍ଷାକର୍ମୀ । କିନ୍ତୁ ହାତୀଟି ତାର ଭ୍ରମଣ ଶେଷ କରି ଚୁପଚାପ ୨ ଘଣ୍ଟା ପରେ ସ୍ୱୟଂ ଫେରିଆସିଥିଲା । ଏହି ହାତୀର ୨ଟି ଦେଶ ବୁଲିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ଭିଡ଼ିଓକୁ ସୋସିଆଲ ମିଡିିଆରେ ଲକ୍ଷାଧିକ ଲୋକ ଦେଖିବା ସହ ଅନେକ କୌତୁକ ଭରା କମେଣ୍ଟ ମଧ୍ୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର