ମୁମ୍ବାଇ: ମୁମ୍ବାଇ ପୁଲିସ୍ ଏମିତି ଜଣେ ଯୁବକଙ୍କ ନାମରେ ମାମଲା ରୁଜ୍ଜୁ କରିଛି ଯାହାଙ୍କର ୨ ମାସ ତଳେ ମୃତ୍ୟୁ ହୋଇ ସାରିଛି। ଯୁବକ ଜଣକ ପାଥୋଲ୍ରେ ବାଡ଼େଇ ହୋଇ ମୃତ୍ୟୁ ଘଟିବାର ୨ ମାସ ପରେ ପୁଲିସ୍ ତାଙ୍କ ନାମରେ ଦୃତ ଗତିରେ ଗାଡ଼ି ଚଳାଉଥିବା ଅଭିଯୋଗ ଆଣି ମାମଲା ରୁଜ୍ଜୁ କରିଥିବା ଜଣିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଯୁବକ ଜଣକ ଥାନେ-ଭିୱାଣ୍ଡି ରୋଡ୍ରେ ଗାଡ଼ି ଚଳାଉଥିବା ବେଳେ ଏକ ପାଥ୍ହୋଲ୍ରେ ବାଡ଼େଇ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା।
ରାସ୍ତା ନିର୍ମାଣ ନେଇ କର୍ପୋରେଟର ବିରୋଧରେ ମାମଲା ରୁଜ୍ଜୁ କରିବା ବଦଳରେ ପୁଲିସ୍ ଓଲଟା ମୃତକଙ୍କ ନାମରେ ମାମଲା ରୁଜ୍ଜୁ କରିଛି। ପୁଲିସ୍ ଅଭିଯୋଗ ଆଣି ଲେଖିଛି ଯେ ପିୟୁଷ ମିଶ୍ର ଖୁବ୍ ଜୋର୍ରେ ଗାଡ଼ି ଚଳାଉଥିଲେ। ଫଳରେ ସେ ପାଥ୍ହୋଲ୍ରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍ ମୃତକଙ୍କ ଉପରେ ଦୋଷ ଲଦିଛି। ଏପରିକି ରିପୋର୍ଟରେ ଏହା ମଧ୍ୟ ଲେଖା ନାହିଁ ଯେ ପିୟୁଷ ମଦ୍ୟମାନ କରି ଗାଡ଼ି ଚଳାଉଥିଲେ ବୋଲି।