ଭିଏତନାମ ବାର୍‌ରେ ଅଗ୍ନିକାଣ୍ଡ, ୨୩ ମୃତ

ହାନୋଇ : ଦକ୍ଷିଣ ଭିଏତନାମର ଏକ ବାର୍‌ରେ ଅଗ୍ନିକାଣ୍ଡ ଘଟି ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ଏହି ବାର୍‌ର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଲୋକେ ପ୍ରାଣ ବିକଳରେ ବାଲ୍‌କୋନିରୁ ଡେଇଁ ପଡ଼ିବାରୁ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ଗତକାଲି ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆହତଙ୍କ ମଧ୍ୟରୁ ୧୧ ଜଣ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର