ନୂଆଦିଲ୍ଲୀ : ଭିଏତ୍ନାମର ଭିଏତ୍ଜେଟ୍ ବିମାନ କମ୍ପାନି, ଯାହାକି ବିକିନି ଏୟାର ଲାଇନ୍ ଭାବରେ ପରିଚିତ ତାହା ଖୁବ୍ ଶୀଘ୍ର ଭାରତକୁ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି । ଏହା ଏକ ବଜେଟ୍ ଏୟାର ଲାଇନ୍ ହୋଇଥିବାରୁ ଏଥିରେ ବିଜ୍ନେସ୍ କ୍ଲାସ ବଦଳରେ କେବଳ ଇକୋନୋମିକ୍ କ୍ଲାସ ରହିବ ବୋଲି ସୂଚନା ମିଳିଛି । ପ୍ରତି ସପ୍ତାହରେ ଏହା ଭିଏତ୍ନାମର ହୋ ଚି ମିନ୍ ବିମାନବନ୍ଦରରୁ ବାହାରି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣା ପଡ଼ିଥିବା ବେଳେ ଏହି ଉଡାଣ ଜୁଲାଇ ବା ଅଗଷ୍ଟ ୨୦୧୮ରେ ଆରମ୍ଭ ହେବ । ଭିଏତ୍ନାମ-ଇଣ୍ଡିଆ ଫୋରମରେ ଭିଏତ୍ଜେଟ୍ ବା ବିକିନି ଏୟାର ଲାଇନ୍ ଭାରତକୁ ଉଡ଼ାଣ ଭରିବା ବୋଲି ଘୋଷଣା କରାଯାଇଥିଲା ।
ସୂଚନା ମୁତାବକ, ୨୦୧୨ରେ ବାର୍ଷିକ କ୍ୟାଲେଣ୍ଡର ଛପାଇବା ପରଠାରୁ ଭିଏତ୍ଜେଟ୍ର ନାମ ବିକିନି ଏୟାର ଲାଇନ୍ ରଖା ଯାଇଥିଲା । ଏହି କ୍ୟାଲେଣ୍ଡରରେ ଫ୍ଲାଇଙ୍ଗ୍ ଆଟେଣ୍ଡାଣ୍ଟ, ପାଇଲଟ୍ ଏବଂ ମଡ଼େଲମାନେ ବିକିନି ପିନ୍ଧି ପୋଜ୍ ଦେଇଥିଲେ । ପରେ ଏହାକୁ ନେଇ ଅନେକ ବିବାଦ ଉପୁଜିବାରୁ ବିଶ୍ୱସ୍ତରରେ ଏହା ବିକିନି ଏୟାର ଲାଇନ୍ ପରିଚିତ ହୋଇ ଯାଇଥିଲା । ଏହି ଏୟାରଲାଇନ୍ ବିଦେଶ ଯାତ୍ରା ସମୟରେ ଫ୍ଲାଇଟ୍ ମଧ୍ୟରେ ଯାତ୍ରୀମାନଙ୍କର ମନୋରଞ୍ଜନ ପାଇଁ ଫ୍ୟସନ୍ ଶୋ ମଧ୍ୟ ଆୟୋଜିତ କରୁଥିବା ଜଣାପଡ଼ିଛି । ଯାହା ସେମାନଙ୍କୁ ଅନ୍ୟମାନଙ୍କଠଟାରୁ ଭିନ୍ନ କରାଇ ପାରିଛି ।
ଏହି ଏୟାରଲାଇନ୍ରେ ଥିବା ଏୟାର ହୋଷ୍ଟେସଙ୍କ ଭିନ୍ନ ପୋଷାକ ପାଇଁ ବିଶ୍ୱସ୍ତରରେ ଏହା ପ୍ରସିଦ୍ଧି ଲାଭ କରିବା ସହ ଏହାର ପ୍ରତିଷ୍ଠାତା ଆନେ ଫୁୟୋଙ୍ଗ ଥାଓ ଦେଶର ପ୍ରଥମ ମହିଳା ଆରବପତି ବନି ପାରିଛନ୍ତି । ନିଜର ଭିନ୍ନ ଚିନ୍ତାଧାରା ପାଇଁ ୨୦୧୬ରେ ଏସିଆର ଟପ୍ ୫୦୦ ବ୍ରାଣ୍ଡରେ ଏହି ଏୟାର ଲାଇନ୍ ନିଜର ସ୍ଥାନ ତିଆରି କରିଥିବା ଜଣା ପଡ଼ିଛି ।