ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ରହିବେ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚନ୍ଦାନି

ମୁମ୍ବାଇ : ଟିଆରପି ଜାଲିଆତି ମାମଲାରେ ଆଜି ଗିରଫ ହୋଇଥିବା ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ମୁମ୍ବାଇ ପୁଲିସ । ମୁମ୍ବାଇର ଚିଫ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଆଜି ତାଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡକୁ ପଠାଇଦେଇଛନ୍ତି ।

ବିକାଶଙ୍କ ବ୍ୟତୀତ ଚ୍ୟାନେଲର ଡିଷ୍ଟ୍ରିବୁସନ ମୁଖ୍ୟ ଘନଶ୍ୟାମ ସିଂଙ୍କୁ ମଧ୍ୟ ପୁଲିସ ପୂର୍ବରୁ ଗିରଫ କରିଥିଲା ।

‘ହଂସା ରିସର୍ଚ’ର କର୍ମଚାରୀ ନୀତିନ ଦେଓକର୍‌ ଦାଏର କରିଥିବା ଅଭିଯୋଗକୁ ଆଧାର କରି ଅକ୍ଟୋବର ୬ ତାରିଖରେ ମୁମ୍ବାଇ ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରି ତଦନ୍ତ ଆରମ୍ଭ କରିଥିଲା।

‘ଫୋରେନ୍ସିକ୍‌ ଅଡିଟର୍‌’ ଏବଂ ‘ବାର୍କ’ର ସଦସ୍ୟମାନଙ୍କ ସମେତ ଏହି ମାମଲାରେ ପୁଲିସ ୧୪୦ଜଣ ସାକ୍ଷୀଙ୍କୁ ନାମିତ କରିଛି।

ସମ୍ବନ୍ଧିତ ଖବର