ନୂଆଦିଲ୍ଲୀ: ଭାରତର ଚୀନ ରାଷ୍ଟ୍ରଦୂତ ଭାବେ ଚୀନ ସହିତ ସୃଷ୍ଟି ହୋଇଥିବା ଡୋକଲାମ ବିବାଦର ସମାଧାନ କରିବା ଦିଗରେ ପ୍ରମୁଖ ଭୂମିକା ତୁଲାଇ ଥିବା ୧୯୮୧ ବ୍ୟାଚ୍ର ବୈଦେଶିକ ସେବା ଅଧିକାରୀ ବିଜୟ କେଶବ ଗୋଖଲେଙ୍କୁ ଭାରତର ନୂତନ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୮ ତାରିଖ ଦିନ ଅବସର ନେଉଥିବା ବୈଦେଶିକ ସଚିବ ଏସ.ଜୟଶଙ୍କରଙ୍କ ସ୍ଥାନରେ ଶ୍ରୀ ଗୋଖଲେ ଦାୟିତ୍ୱ ଗ୍ରହଣ କରିବେ। ଏସ.ଜୟଶଙ୍କର ଗତ ୩ ବର୍ଷ ଧରି ଭାରତର ବୈଦେଶିକ ସଚିବ ଭାବେ ଜଣେ ପ୍ରବୀଣ କୂଟନୖତିକ ଭାବେ ଆର୍ନ୍ତଜାତିିକ ସମୁଦାୟରେ ବେଶ୍ ପରିଚିିତ। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବେଶ୍ ଉତ୍ତମ ସମ୍ପର୍କ ଯୋଗୁଁ ଶ୍ରୀ ଜୟଶଙ୍କରଙ୍କ କାର୍ଯ୍ୟକାଳ ପୁନଃ ବୃଦ୍ଧିି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।୨୦୧୫ ମସିହାରେ ତାଙ୍କ ଅବସରର ଅବ୍ୟବହିତ ପୂର୍ବରୁ ଜୟଶଙ୍କରଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଥିିଲା।
ତେବେ ଶ୍ରୀ ଗୋଖଲେ ଏବେ ବୈଦେଶିକ ମନ୍ତ୍ରଣାଳୟରେ ଆର୍ଥିକ ସମ୍ପର୍କ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗତବର୍ଷ ଚୀନର ରାଷ୍ଟ୍ରଦୂତରୁ ଅପସାରଣ କରାଯାଇ ବୈଦେଶିକ ମନ୍ତ୍ରଣାଳୟରେ ଆଣି ଅବସ୍ଥାପିତ କରାଯାଇଥିଲା। ଶ୍ରୀ .ଗୋଖଲେ ଦୁଇ ବର୍ଷ ପାଇଁ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/vijay-keshav-gokhale.jpg)