ପ୍ରତ୍ୟାର୍ପଣ ରାୟ ବିରୁଦ୍ଧରେ ବ୍ରିଟେନ ସୁପ୍ରିମକୋର୍ଟକୁ ଗଲା ବିଜୟ ମାଲ୍ୟା

ଲଣ୍ଡନ : ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ ପଳାତକ ଶିଳ୍ପପତି ବିଜୟ ମାଲ୍ୟା ବ୍ରିଟେନର ସୁପ୍ରିମ କୋର୍ଟରେ ଆବେଦନ କରିଛି । ଗତ ୨୦ ଏପ୍ରିଲରେ ଲଣ୍ଡନ ହାଇକୋର୍ଟରେ ମାଲ୍ୟା ନିଜର ମାମଲା ହାରିବା ପରେ ଏହି ପଦକ୍ଷେପ ନେଇଛି ।
ବ୍ରିଟିଶ ନିୟମ ଅନୁସାରେ ହାଇକୋର୍ଟଙ୍କ ରାୟର ୨୦ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରିହେବ । ଏହି ସମୟସୀମା ଶେଷ ହେବା ପୂର୍ବରୁ ହିଁ ମାଲ୍ୟା ଆବେଦନ କରିଛି ।
ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କୁ କିଙ୍ଗଫିସର ଋଣ ମାମଲାରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଥିବାବେଳେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ । ଗତ ଫେବ୍ରୁଆରୀ ମାସରେ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ଠକେଇ ଏବଂ ଅର୍ଥ ହେରଫେର ଅଭିଯୋଗରେ ଭାରତରେ ୱାଣ୍ଟେଡ ଅପରାଧୀ ଥିବା ମାଲ୍ୟ ବ୍ରିଟେନ ହାଇକୋର୍ଟକୁ ଯାଇଥିଲେ ।

ସମ୍ବନ୍ଧିତ ଖବର