ଲଣ୍ଡନରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ପହଞ୍ଚିଛନ୍ତି ପଳାତକ ଆର୍ଥକ ଅପରାଧୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ଲଣ୍ଡନର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଓ୍ଵାଲର୍ଡ କପ୍‌ -୨୦୧୯ ଆୟୋଜିତ ହୋଇଛି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳ ଚାଲିଛି। ଭାରତର ବିଭିନ୍ନ ବ୍ୟାଙ୍କ ଉପରେ କୋଟିକୋଟି ଟଙ୍କା ଋଣ ବକେୟା ଥିବା ମଦ ସମ୍ରାଟ ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟା ଏହି ଖେଳ ଦେଖିବା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି।

ଲଣ୍ଡନ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ହେଉଥିବା ଏହି ଖେଳ ଦେଖିବାକୁ ପହଞ୍ଚିଥିବା ବିଜୟ ମାଲ୍ୟା ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସେ କହିଛନ୍ତି, ମୁଁ ଏଠାକୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଦେଖିବାକୁ ଆସିଛି।

ସୂଚନାଯୋଗ୍ୟ, ୨୦୧୬ ମସିହାରୁ ପଳାତକ ଆର୍ଥିକ ଅପରାଧୀ ମାଲ୍ୟା ଭାରତରୁ ଫେରାର ହୋଇ ଲଣ୍ଡନରେ ଅଛନ୍ତି। ମାଲ୍ୟାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ପାଖାପାଖି ୯ହଜାର କୋଟି ଟଙ୍କା ଋଣ ବକେୟା ରହିଛି। ଏହି ଠକେଇ ମାମଲାରେ ବିଜୟଙ୍କ ବିରୋଧରେ ଇଡି ଓ ସିବିଆଇ ଯାଞ୍ଚ କରୁଛି।

ଆଇସିସି ବିଶ୍ୱ କପ୍‌ ୨୦୧୯ର ୧୪ତମ ମ୍ୟାଚ ଓଭାଲର କେନିଙ୍ଗଟନ୍‌ ପଡ଼ିଆରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆ ବିଜୟୀ ପାଇଁ ପୂରା ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର