ମୁଁ ବିଦେଶ ଯିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଅନେକ ଥର ଅରୁଣ ଜେଟଲୀଙ୍କୁ ଭେଟିଛି: ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ଅଭିଯୋଗ ଆଣିଛନ୍ତି ଯେ ଦେଶ ଛାଡ଼ିବା ପୂର୍ବରୁ ସମସ୍ୟାର ସମାଧାନ କରିବା ପାଇଁ ସେ ଅନେକ ଥର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଛନ୍ତି। ମାତ୍ର ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କୁ ଭେଟି ସେ ବୈଠକରେ କ’ଣ ଆଲୋଚନା କରିଛନ୍ତି ସେ ସଂପର୍କରେ ଖୁଲାସା କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି।

୬୨ ବର୍ଷ ବୟସ୍କ ଏହି ବ୍ୟବସାୟୀ କହିଛନ୍ତି ଯେ ‘ମୁଁ ଏକ ରାଜନୈତିକ ଫୁଟ୍‌ବଲ’। ଏହାବ୍ୟତୀତ ସେ ଆହୁରି ବି କହିଛନ୍ତି କି ଭାରତରେ ରହି ସେ ନିଜ ସମସ୍ୟାର ସମାଧାନର ରାସ୍ତା କାଢ଼ିବାକୁ ଚାହିଁଥିଲେ। ମାତ୍ର ବ୍ୟାଙ୍କ୍‌ ତାଙ୍କର ସେଟେଳ୍‌ମେଣ୍ଟ୍‌ ପତ୍ର ଉପରେ ଆପତ୍ତି ଉଠାଇଥିଲେ। ଫଳରେ ସେଟେଲ୍‌ମେଣ୍ଟ୍‌ ହୋଇନପାରିବାରୁ ସେ ବିଦେଶ ପଳାଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ କି ନିଜର ପ୍ରତ୍ୟାର୍ପଣ ମାମଲାର ଶୁଣାଣି ପାଇଁ ମାଲ୍ୟା ପ୍ରଥମେ ଲଣ୍ଡନ କୋର୍ଟରେ ପହଞ୍ଚିଥିଲେ। ସେଠାରେ ବିଚାରପତି ଭାରତରେ ମାଲ୍ୟାଙ୍କୁ ରଖିବା ପାଇଁ ଜେଲ୍‌ର ଯେଉଁ ସେଲ୍‌ ସ୍ଥିର କରାଯାଇଥିଲା ତାହାର ଭିଡିଓ ଦେଖି ସମୀକ୍ଷା କରିଥିଲେ। ପୂର୍ବରୁ ମାଲ୍ୟା ଅଭିଯୋଗ ଆଣିଥିଲେ ଯେ ଭାରତୀୟ ଜେଲ୍‌ରେ ଥିବା ଅବ୍ୟବସ୍ଥା ହେତୁ ସେ ସେଠାରେ ରହିପାରିବେ ନାହିଁ। ମାଲ୍ୟାଙ୍କ ଅଭିଯୋଗ କ୍ରମେ ଲଣ୍ଡନ କୋର୍ଟ ଭାରତ ସରକାରଙ୍କୁ ମାଲ୍ୟା ରହିବାକୁ ଥିବା ଏକ ସେଲ୍‌ର ଏଭ ଭିଡିଓ ମାଗିଥିଲେ।

ସମ୍ବନ୍ଧିତ ଖବର