ଓଭାଲରେ ଭାରତ-ଇଂଲାଣ୍ଡ ମ୍ୟାଚ ଉପଭୋଗ କରୁଛି ବିଜୟ ମାଲ୍ୟା, କହିଲା ଜଜ୍‌ ଚାହିଁଲେ ଭାରତ ଫେରିବି

ଲଣ୍ଡନ: ଭାରତରୁ ହଜାର ହଜାର କୋଟି ଟଙ୍କାର ଋଣ ଠକିନେଇ ବିଦେଶ ପଳେଇଯାଇଥିବା ଶିଳ୍ପପତି ବିଜୟ ମାଲ୍ୟା ଏବେ ଲଣ୍ଡନରେ ମଉଜ କରୁଛି । ଗତକାଲି ତାକୁ ଓଭାଲଠାରେ ଖେଳାଯାଉଥିବା ଭାରତ-ଇଂଲାଣ୍ଡ ମ୍ୟାଚ ଉପଭୋଗ କରୁଥିବା ଦେଖାଯାଇଥିଲା । ସେ କେବେ ଭାରତ ଫେରିବେ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ କହିଲେ ଯେ ଯେବେ ଜଜ୍‌ (ବିଚାରପତି) ଚାହିଁବେ । କିନ୍ତୁ ଏକ ଷ୍ଟାଡିୟମ ବାହରେ ଗଣମାଧ୍ୟମକୁ ସେ କୌଣସି ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କହି ପଳେଇଯାଇଥିଲେ । ସୂଚନାଯୋଗ୍ୟ ଯେ ଭାରତୀୟ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ପରିଶୋଧ ନକରି ମାଲ୍ୟା ବିଦେଶ ପଳାଇଯାଇଛି । ଏବେ ତା ବିରୋଧରେ ଲଣ୍ଡନର ଏକ କୋର୍ଟରେ ପ୍ରତ୍ୟାର୍ପଣ ମାମଲା ଚାଲିଛି ।

 

ତାହାର ପ୍ରତ୍ୟାର୍ପଣ ଯେପରି ସୁଗମ ହେବ ସେଥିପାଇଁ ମୁମ୍ବାଇର କେନ୍ଦ୍ର ସ୍ଥଳରେ ଥିବା ୯୩ ବର୍ଷ ପୁରୁଣା ଆର୍ଥର ରୋଡ୍ ଜେଲରେ ଏବେ ୟୁରୋପୀୟ ଢ଼ାଞ୍ଚାରେ କିଛି ସ୍ୱତନ୍ତ୍ର କାରାଗୃହ (ସେଲ୍) ନିର୍ମାଣ ପାଇଁ ଏବେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆର୍ଥର ରୋଡ୍ ଜେଲରେ ପରିସରରେ ୟୁରୋପୀୟ ଢ଼ାଞ୍ଚାରେ ନିର୍ମିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାରାଗୃହଗୁଡ଼ିକ ଅନ୍ତର୍ଜାତିକ ସ୍ତର ଓ ଅନ୍ତର୍ଜାତିକ ମାନବିକ ଅଧିକାରର ମାପଦଣ୍ଡ ଆଧାରରେ ନିର୍ମିତ ହେଉଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର