ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ସିବିଆଇର ପ୍ରସ୍ତୁତି

ନୂଆଦିଲ୍ଲୀ : ଯେ କୌଣସି ସମୟରେ ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରାଯାଇପାରେ ଏବଂ ଏଥିନେଇ ସମସ୍ତ ଆଇନଗତ ପ୍ରକିୟା ଶେଷ ହୋଇଛି ବୋଲି ଆଜି ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରତ୍ୟର୍ପଣ ବିରୋଧରେ ବିଜୟ ମାଲ୍ୟା ଗତ ମେ ୧୪ରେ ବ୍ରିଟେନ୍‌ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାଲ୍ୟାଙ୍କ ଆବେଦନ ଖାରଜ ହେବା ପରେ ତାଙ୍କୁ ଆଜି ହିଁ ପ୍ରତ୍ୟର୍ପଣ କରି ମୁମ୍ବାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ରାତିରେ ଯଦି ମାଲ୍ୟା ପହଞ୍ଚିବେ ତା’ହେଲେ ତାଙ୍କୁ ସିବିଆଇ ହାଜତରେ ରଖାଯିବ ଏବଂ ପରେ ସିବିଆଇ ଅଦାଲତରେ ହାଜର କରାଯିବ। ମାଲ୍ୟା ମାମଲାରେ ସିବିଆଇ ଏବଂ ଇଡିର ଏକ ସ୍ବତନ୍ତ୍ର ଟିମ୍‌ ସମସ୍ତ ପୂର୍ବ ପ୍ରସ୍ତୁତି କରି ସାରିଛି।

ସୂଚନା‌ଯୋଗ୍ୟ ଯେ ପୂର୍ବତନ ସାଂସଦ ତଥା କିଙ୍ଗଫିସର କମ୍ପାନିର ମୁଖ୍ୟ ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଜଡ଼ିତ ହେବା ପରେ ୨୦୧୬ ମାର୍ଚ୍ଚରେ ଭାରତ ଛାଡ଼ି ବ୍ରିଟେନ ପଳାଇଥିଲେ। ସେ ୧୭ଟି ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନଥିଲେ। ତେବେ ଗତ ମେ ୧୪ରେ ବ୍ରିଟେନ ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟର୍ପଣ ବିରୋଧୀ ଆବେଦନକୁ ଖାରଜ କରିବା ପରେ ମାଲ୍ୟାଙ୍କୁ ୨୮ ଦିନ ଭିତରେ ଭାରତକୁ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥ‌ିଲେ।

ଭାରତରେ ମାଲ୍ୟାଙ୍କୁ ମୁମ୍ବାଇ ସ୍ଥିତ ଆର୍ଥର ରୋଡ ଜେଲ୍‌ରେ ରଖିବା ପାଇଁ ଯୋଜନା କରାଯାଇଛି। ପୂର୍ବରୁ ଜେଲ୍‌ରେ ବ୍ୟବସ୍ଥା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ବ୍ରିଟେନ୍‌ ଅଦାଲତରେ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର