ଭାରତର ଜେଲ ଗୁଡ଼ିକର ଅବସ୍ଥା ଭଲ, ବ୍ରିଟିସ କୋର୍ଟଙ୍କ ଏହି ମନ୍ତବ୍ୟକୁ ନେଇ ବିଜୟ ମାଲ୍ୟା ଛାନିଆ

ଲଣ୍ଡନ : ବ୍ରିଟେନର ଏକ କୋର୍ଟ ଆଜି କ୍ରିକେଟ ବୁକିଂ ସଂଜୀବ ଚାଓ୍ଵଲାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କିନ୍ତୁ ଏହି ରାୟ ପ୍ରଦାନ ବେଳେ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାର ପ୍ରଭାବ ବିଜୟମାଲ୍ୟାଙ୍କ ଉପରେ ପଡିପାରେ । କାରଣ କୋର୍ଟ କହିଛନ୍ତି ଯେ ଭାରତୀୟ ଜେଲ ଗୁଡିକ ମଧ୍ୟ ସନ୍ତୋଷଜନକ ।
ଗତ ଜୁଲାଇ ମାସରେ ମାଲ୍ୟାଙ୍କ ଓକିଲ କଣ୍ଡନର ଏକ କୋର୍ଟଙ୍କୁ ଜଣାଇଥିଲେ ଯେ ଭାରତର ଜେଲ ଗୁଡ଼ିକର ଅବସ୍ଥା ଭଲନାହିଁ, ଏଣୁ ପ୍ରତ୍ୟାର୍ପଣ କଲେ ମାଲ୍ୟାଙ୍କ ମାନବ ଅଧିକାରର ହନନ ହେବ । ଏହାର ଜବାବରେ ମାଜିଷ୍ଟ୍ରେଟ ଏମା ଆରର୍ବଟନଟ ଭାରତ ସରକାରଙ୍କୁ ମୁମ୍ବାଇର ଅର୍ଥର ରୋଡ ଜେଲର ଭିଡିଓ ପଠାଇବାକୁ କହିଥିଲେ । ଏହା ପରେ ଭାରତ ସରକାରଙ୍କ ତରଫରୁ ସିବିଆଇ ମୁମ୍ବଇର ଆର୍ଥର ରୋଡ ଜେଲର ଏକ ଭିଡିଓ ପଠାଇଥିଲେ । ଜେଲର ଅବସ୍ଥାକୁ ନେଇ କୋର୍ଟ ସନ୍ତ୍‌ୁଷ୍ଟ ହେଲେ ତାଙ୍କର ଭାରତ ପ୍ରତ୍ୟାର୍ପଣ ସହଜ ହେବ । ବିଜୟ ମାଲ୍ୟା ଭାରତରେ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରି ଲଣ୍ଡନ ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର