ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଲାଗି ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ତାଙ୍କର ଏବଂ ତାଙ୍କ ଆତ୍ମୀୟଙ୍କ ମାଲିକାନାରେ ଥିବା ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଲାଗୁ କରିବା ପାଇଁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି।

ଶନିବାର ଦିନ କରାଯାଇଥିବା ଆବେଦନ ପତ୍ରରେ ମାଲ୍ୟା କହିଛନ୍ତି ଯେ ଅନିୟମିତତା ହୋଇଥିବା ମାମଲାର ସମ୍ମୁଖୀନ ହୋଇଥିବା କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ସ୍‌ ସମ୍ବନ୍ଧୀୟ ସମ୍ପତ୍ତି ଆଟାଚ୍‌ ହେଉ ବୋଲି ସେ ଚାହାଁନ୍ତି।

ଜୁଲାଇ ୨୯ ତାରିଖ ଦିନ ଶୀର୍ଷ ଅଦାଲତରେ ଶୁଣାଣି କରାଯିବାକୁ ଏହି ଆବେଦନ ତାଲିକାଭୁକ୍ତ ହୋଇଛି।

ବିଭିନ୍ନ ବ୍ୟାଙ୍କ୍‌ରୁ ଉଠାଇଥିବା ୮୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ପରିଶୋଧ କରିବାରେ ଅସଫଳ ହୋଇଥିବା ଦର୍ଶାଇ ୨୦୧୬ରେ ଏସ୍‌ବିଆଇ ନେତୃତ୍ୱରେ କେତେକ ବ୍ୟାଙ୍କ୍‌ ମାଲ୍ୟାଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ପ୍ରାୟ ୧୫ଟି ବ୍ୟାଙ୍କ୍‌ର ବକେୟା ଅର୍ଥରାଶି ପରିଶୋଧ କରିବାରେ ମାଲ୍ୟା ବିଫଳ ହୋଇଥିବା କୁହାଯାଉଛି।

ଏବେ ସ୍ଥାଣୁ ଅବସ୍ଥାରେ ଥିବା କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ସ୍‌ର ବକେୟା ପରିଶୋଧ ପାଇଁ ସେ ଋଣ କରିଥିଲେ।

ଭାରତ ଫେରିଆସି ଋଣ ପରିଶୋଧ କରିବାକୁ ବ୍ୟାଙ୍କ୍‌ ସମୂହ ମାଲ୍ୟାଙ୍କୁ କହିଥିଲେ।

ସରକାରୀ ଏଜେନ୍‌ସିଗୁଡ଼ିକୁ ତାଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବା ପ୍ରକ୍ରିୟାରେ ରହିତାଦେଶ ଲାଗୁ କରିବାକୁ ଜୁଲାଇ ୧୧ ତାରିଖ ଦିନ ସେ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଥିଲେ।

ମାର୍ଚ ୨୦୧୬ରୁ ଭାରତରୁ ଖସି ଯାଇ ମାଲ୍ୟା ସେବେଠାରୁ ଇଂଲଣ୍ଡରେ ବାସ କରୁଛନ୍ତି।

ସମ୍ବନ୍ଧିତ ଖବର