୬୨ବର୍ଷ ବୟସରେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା । ୯୦୦୦କୋଟି ଟଙ୍କା ଠକେଇ କରି ଲଣ୍ଡନରେ ଲୁଚି ବସିଥିବା ବେଳେ ଏବେ ତାଙ୍କର ତୃତୀୟ ବିବାହ ହେବାକୁ ଯାଉଛି ବୋଲି ଜଣା ପଡ଼ିଛି । ଏୟାରହୋଷ୍ଟେସ ପିଙ୍କି ଲାଲ୍‌ଓ୍ଵାନିଙ୍କ ସହ ୩ବର୍ଷ ହେଲା ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଥିବା ବେଳେ ଏହାକୁ ବିବାହର ରୁପ ଦେବାକୁ ଯାଉଛନ୍ତି ସେ । ପୂର୍ବରୁ କରିଥିବା ଦୁଇଟି ବିବାହରୁ ତାଙ୍କର ୩ଟି ସନ୍ତାନ ଥିବା ଜଣା ପଡ଼ିଛି । ଯଦି ମିଳିଥିବା ଖବର ସତ ହୁଏ ତେବେ ସେ ଦ୍ୱିତୀୟ ଥର ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ବିବାହ କରିବାକୁ ଯାଉଛନ୍ତି । କାରଣ ତାଙ୍କ ପ୍ରଥମ ସ୍ତ୍ରୀ ସମୀରା ତ୍ୟାବ୍‌ଜୀ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ ଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ରେଖା ମାଲ୍ୟାଙ୍କର ପିଲା ଦିନର ସାଙ୍ଗ ଥିଲେ ବୋଲି ଜଣା ପଡ଼ିଛି ।

BollywoodShaadis.com

ସମୀରା ଓ ବିଜୟଙ୍କର ଗୋଟେ ପୁଅ ଥିବା ବେଳେ ରେଖାଙ୍କର ଜଣେ ଝିଅ ଥିବା ଜଣା ପଡ଼ିଛି । ରେଖାଙ୍କୁ ଛାଡ଼ପତ୍ର ଦେଇ ନଥିଲେ ମଧ୍ୟ ସେ ତାଙ୍କ ସହ ରହୁନଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ରେଖାଙ୍କ ସହ ବିବାହ ପରେ ବିଜୟ ପିଙ୍କିଙ୍କ ନିକଟତର ହୋଇଥିଲେ । ୨୦୧୧ରେ ସେ ପିଙ୍କିଙ୍କୁ ପ୍ରଥମ ଥର ପାଇଁ ଭେଟିଥିବା ବେଳେ କିଙ୍ଗଫିସର ଏୟାରଲାଇନ୍‌ରେ ଏୟାରହୋଷ୍ଟେସ ଭାବେ କାମ କରିବା ଅଫର ଦେଇଥିଲେ । ସେ ଦିନ ଠାରୁ ପିଙ୍କି ଏବଂ ବିଜୟଙ୍କର ବନ୍ଧୁତା ବଢ଼ିବା ସହ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା ।

www.storypick.com

ପିଙ୍କି ବିଜୟଙ୍କ ସହ ସବୁ ଦୁଃଖସୁଖରେ ସାଥୀରେ ରହିବା ସହ ତାଙ୍କ ସହ ସବୁ ପାର୍ଟିରେ ନଜର ଆସିଥିଲେ । ଏବେ ସେମାନଙ୍କ ପ୍ରେମକୁ ୩ ବର୍ଷ ହୋଇ ପୂର୍ତ୍ତି ହୋଇଥିବା ବେଳେ ଦୁଇ ଜଣ ଏହି ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରିଥିଲେ । ତେବେ ବିବାହକୁ ନେଇ ଦୁଇ ଜଣଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।

ସମ୍ବନ୍ଧିତ ଖବର