ଖୁବ ଶୀଘ୍ର ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯିବ, ପ୍ରତ୍ୟାର୍ପଣ ନିର୍ଦ୍ଦେଶ ଦେଲେ ବ୍ରିଟିଶ ଗୃହ ସଚିବ

ଲଣ୍ଡନ : ମଦବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି । ବ୍ରିଟିଶ ଗୃହ ସଚିବ ସାଜିଦ ଜାଭେଦ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ସେ ୧୪ ଦିନ ମଧ୍ୟରେ ଲଣ୍ଡନର ଉପରକୋର୍ଟରେ ଅପିଲ କରିପାରିବେ । କିଛିଦିନ ତଳେ ମାଲ୍ୟା ଟ୍ବିଟ କରି କହିଥିଲେ ଯେ ତାଙ୍କ ସଂପତ୍ତି ଜବତ କରି ପ୍ରାୟ ୧୩ ହଜାର କୋଟି ସରକାର ପାଇସାରିଲେଣି ।

ଭାରତରେ ଥିବା ବେଳେ ୧୭ଟି ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ନେଇ ବିଦେଶ ଫେରାର ହୋଇଯାଇଥିଲେ ମଦସମ୍ରାଟ । ତେବେ ଭାରତରୁ ଫେରାର ହୋଇ ଲଣ୍ଡନରେ ଡେରା ପକାଇଥିଲେ ମାଲ୍ୟା । ବାରମ୍ବାର ମାଲ୍ୟାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା ଭାରତ । କିନ୍ତୁ ଦୀର୍ଘ ଦିନ ପରେ ଏବେ ଭାରତ ଏଥିରେ ସଫଳ ହୋଇଛି । ଆଉ ଏହାକୁ ମୋଦି ସରକାରଙ୍କ ସବୁଠୁ ବଡ କୂଟନୈତିକ ବିଜୟ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର