ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟକା, ଘର ଖାନତଲାସୀ ପାଇଁ ଅନୁମତି ଦେଲେ ଲଣ୍ଡନ କୋର୍ଟ

ଲଣ୍ଡନ : ଭାରତୀୟ ବ୍ୟାଙ୍କଗୁଡ଼ିକରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନ ଶୁଝି ଲଣ୍ଡନ ପଳାଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି । ବ୍ରିଟଶ ଅଧିକାରୀମାନେ ମାଲ୍ୟାଙ୍କ ବାସଭବନରେ ପ୍ରବେଶ କରିପାରିବେ, ଖାନତଲାସୀ ନେଇପାରିବେ ଓ ଜବତ କରିପାରିବେ ବୋଲି ଲଣ୍ଡନର ଏକ କୋର୍ଟ ରାୟ ଶୁଣାଇଛନ୍ତି । ଏହା ଫଳରେ ଭାରତୀୟ ବ୍ୟାଙ୍କମାନଙ୍କୁ ଏକ ବଡ଼ ସଫଳତା ମିଳିଛି ।
କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏଣିକି ମାମଲା ଲଢୁଥିବା ୧୩ଟି ଭାରତୀୟ ବ୍ୟାଙ୍କ ମାଲ୍ୟାଙ୍କ ଲଣ୍ଡନ ସ୍ଥିତ ବିଭିନ୍ନ ବାସଭାବନରେ ପ୍ରବେଶ କରି ସଂପତ୍ତି ଜବତ କରିପାରିବେ । ଅର୍ଥାତ ବ୍ୟାଙ୍କମାନେ ମାଲ୍ୟାଙ୍କ ସଂପତ୍ତି ଜବତ ପାଇଁ ଭାରତୀୟ କୋର୍ଟଙ୍କ ଆଦେଶକୁ ଲଣ୍ଡନରେ ଲାଗୁ କରିପରିବେ ।
ସୂଚନାଯୋଗ୍ୟ ଯେ ଏବେ ଲଣ୍ଡନରେ ରହୁଥିବା ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ମାମଲାରେ ସମ୍ମୁଖୀନ ହେଉଛନ୍ତି । ଦୁଇ ସପ୍ତାହ ପରେ ଲଣ୍ଡନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ସମ୍ବନ୍ଧିତ ଖବର