ଥିରୁଅନନ୍ତପୁରମ୍: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସୋମବାର କହିଛନ୍ତି ଯେ ନିକଟରେ ରାଜ୍ୟରେ ଏକ ଇସଲାମିକ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଣେ ହାମାସ ନେତାଙ୍କ ଭର୍ଚୁଆଲ୍ ଭାଷଣର ପୋଲିସ ତଦନ୍ତ କରିବ ଏବଂ ଯଦି କିଛି ଭୁଲ୍ ଘଟିଛି ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜୟନ ଅଭିଯୋଗ କରିଛନ୍ତି ଯେ ବିଜେପିର ଲକ୍ଷ୍ୟ କେବଳ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଲୋକଙ୍କୁ ମିଥ୍ୟା ମାମଲାରେ ଫସାଇବା । କେରଳରେ ଏହାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ବିଜୟନ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ଏବଂ ଦେଶ ସର୍ବଦା ପାଲେଷ୍ଟାଇନ୍କୁ ସମର୍ଥନ କରିଆସୁଥିଲେ, କିନ୍ତୁ ବର୍ତ୍ତମାନ କେନ୍ଦ୍ରର ଆଭିମୁଖ୍ୟ ବଦଳିଯାଇଛି। ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ମନ୍ତବ୍ୟକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ହମାସ ନେତାଙ୍କ ଅଭିଭାଷଣକୁ ରୋକିବା ପାଇଁ ବାମପନ୍ଥୀ ସରକାର କିମ୍ବା ପୋଲିସ ହସ୍ତକ୍ଷେପ କରିନାହାନ୍ତି।
ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ କେରଳର ମଲ୍ଲାପୁରମଠାରେ ଆୟୋଜିତ ଏକ ଇହୁଦି ଓ ହିନ୍ଦୁ ବିରୋଧୀ ସଭାରେ ହମାସର ପୂର୍ବତନ ମୁଖ୍ୟ ଖାଲିଦ ମାଚେଲ ଭର୍ଚୁଆଲି ଉଦବୋଧନ ଦେଇଥିଲା । ଏହାକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି । ଏହି ସଭାରେ ହିନ୍ଦୁ ଓ ଇହୁଦୀମାନଙ୍କ ଲୋପ ପାଇଁ ସ୍ଲୋଗାନ ଦିଆଯାଇଥିଲା ।