କାନପୁରରେ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ : ରିପୋର୍ଟ

ଲକ୍ଷ୍ନୌ: କାନପୁରରେ ପୁଲିସ ସହ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଥିବା ଖବର ମିଳିଛି । ପୁଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସ ପକ୍ଷରୁ ଗୁଳି ଚଳାଯାଇଥିଲା। ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିଥିବା ସୂଚନା ରହିଛି।  କିନ୍ତୁ, ସରକାରୀ ଭାବେ ଏ ସଂକ୍ରାନ୍ତରେ ଘୋଷଣା କରାଯାଇନାହିଁ।

Image Courtesy of The Times of India

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସ ମଧ୍ୟପ୍ରଦେଶରୁ କାନପୁର ଆଣୁଥିଲେ। ବାଟରେ ବରା ଅଞ୍ଚଳରେ ତାଙ୍କୁ ଅଣାଯାଉଥିବା ଗାଡ଼ିଟି ସକାଳ ପ୍ରାୟ ୭ଟା ବେଳେ ଓଲଟି ପଡ଼ିବାରୁ ସେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଫଳରେ ତାଙ୍କୁ ଏନ୍‌କାଉଣ୍ଟର୍ କରାଯାଇଥିଲା। ଏନ୍‌କାଉଣ୍ଟର୍ ଯୋଗୁଁ ଶରୀରରେ ଗୁଳି ଚୋଟ ଲାଗିବାରୁ ବିକାଶ ଦୁବେ ଆହତ ହୋଇଥିଲା ଏବଂ ପରେ ତାର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ତୁରନ୍ତ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା।

Image Courtesy of Zee New

ଏହି ଘଟଣାରେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସର ଜଣେ ସବ୍‌-ଇନ୍ସପେକ୍ଟର୍ ଓ ଦୁଇ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। ସେମାନେ ବିକାଶ ଦ‌ୁବେଙ୍କୁ ଅଣାଯାଉଥିବା ଗାଡ଼ିରେ ଥିଲେ।

ସମ୍ବନ୍ଧିତ ଖବର

Comments are closed.