ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗତରବିବାର ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରୁ ଜଣାପଡ଼ିଛି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ନିଜ ଗଡ଼ ଛିନ୍ଦୱାଡାରୁ ନିର୍ବାଚନ ଲଢିବେ।

Advertisment

ଏହା ବ୍ୟତୀତ ଟେଲିଭିଜନ ଅଭିନେତା ବିକ୍ରମ ମସ୍ତଲଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିକ୍ରମ ମସ୍ତଲଙ୍କୁ ଦଳ ବୁଦ୍ଧନି ଆସନରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇବ।

publive-image

ସୂଚନାଯୋଗ୍ୟ, ୨୦୦୮ରେ ଆନନ୍ଦ ସାଗରଙ୍କ ଟେଲିଭିଜନ ସୋ ରାମାୟଣରେ ମସ୍ତଲ ପ୍ରଭୁ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ।ମସ୍ତଲ ଚଳିତ ବର୍ଷ ଜୁଲାଇରେ ସର୍ବ ପୁରାତନ ରାଜନୈତିକ ଦଳରେ ଯୋଗ ଦେଇଥିଲେ।

ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିବା ମସ୍ତଲଙ୍କ ଅଭିନୟ ଜୀବନ କଥା କହିଲେ ‌ସେ ଲୋକପ୍ରିୟ ଧାରାବାହିକ ରାମାୟଣ ବ୍ୟତୀତ ଟପ ଗିୟର୍‌ (୨୦୨୨), ୱେବ ସିରିଜ ବ୍ୟାଟଲ ଅଫ ସାରାଗଡି (୨୦୧୭) ଏବଂ ଆଶ୍ରମ (୨୦୨୦) ରେ ମଧ୍ୟ ଅଭିନୟ କରିଛନ୍ତି। ଆଉ ଅନେକ ଲୋକପ୍ରିୟତା ସାଉଁଟିଛନ୍ତି। ତେବେ ପରଦାର ହନୁମାନ ନିର୍ବାଚନ ଲଢ଼ିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବ‌ାକୁ ମିଳିଛି।