ପାଟନା: ବିହାରସ୍ଥିତ ପାଟନାର ବାଢ଼ ରେଲୱେ ଷ୍ଟେସନରୁ ଗତ ଶନିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ମା’ ଓ ତାଙ୍କର ଦୁଇଜଣ ସନ୍ତାନ ଧାରଣାକୁ ଖସି ପଡ଼ିଥିଲେ। ଏହି ସମୟରେ ସେମାନଙ୍କ ଉପର ଦେଇ ଦ୍ରୁତଗତିରେ ଟ୍ରେନ ଚାଲିଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ମା’ ଓ ତାଙ୍କ ଦୁଇପିଲାଙ୍କ ଜୀବନ ବଞ୍ଚିଯାଇଛି।
ରବି କୁମାର ମୂଳତଃ ବେଗୁସରାଏରେ ବସବାସ କରନ୍ତି। ଯିଏକି ନିଜ ପିଲାଙ୍କ ସହିତ ବିକ୍ରମଶିଳା ଏକ୍ସପ୍ରେସ ଟ୍ରେନ କୋଚ ନମ୍ବର ୮ରେ ବସି ଦିଲ୍ଲୀ ଯିବାକୁ ଷ୍ଟେସନରେ ପହଞ୍ଚିଥିଲେ।
ଏହି ସମୟରେ ଷ୍ଟେସନରେ ଭିଡ଼ ଏତେ ଥିଲା କି ଟ୍ରେନରେ ଚଢ଼ୁଥିବା ବେଳେ ରବି କୁମାରଙ୍କ ସ୍ତ୍ରୀ ଓ ତାଙ୍କ ଦୁଇ ସନ୍ତାନ ଧାରଣାକୁ ଖସି ପଡ଼ିଥିଲେ। ମା’ ଦୁଇଜଣ ପିଲାଙ୍କୁ ଛାତିରେ ଜାବୁଡ଼ି ଧରି ଧାରଣାରେ ସେମିତି ପଡ଼ି ରହିଥିଲା। ଆଉ ମା’ ଉପର ଦେଇ ଦ୍ରୁତଗତିରେ ଟ୍ରେନ ଚାଲିଯାଇଥିଲା। ଏଦୃଶ୍ୟ ଦେଖି ମହିଳାଙ୍କ ସ୍ବାମୀ ରବି କୁମାର ଟ୍ରେନରୁ ପ୍ଲାଟଫର୍ମକୁ ଡେଇଁ ପଡ଼ିଥିଲେ।
ଆଖି ସାମ୍ନାରେ ତାଙ୍କ ଦୁଇପିଲା ଓ ସ୍ତ୍ରୀଙ୍କ ଉପର ଦେଇ ଟ୍ରେନ ଯାଉଥିବା ଦେଖି ରବି କୁମାର ସ୍ଥାଣୁ ପାଲଟି ଚଟାଣରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଭାବିଥିଲେ କି ଏହି ଘଟଣାରେ ମା’ ଓ ଦୁଇଶିଶୁଙ୍କ ଜୀବନ ଚାଲିଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏହି ଭୟାବହ ଘଟଣା ପରେ ଉଭୟ ମା’ ଓ ଦୁଇଶିଶୁଙ୍କୁ ରେଳ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
मां...दो बच्चे और जान! शनिवार को बाढ़ रेलवे स्टेशन पर विक्रमशिला से दिल्ली जाने के लिए एक परिवार स्टेशन पहुंचा. भीड़ इस कदर थी कि चढ़ने के दौरान मां और उसके दो बच्चे प्लेटफॉर्म से नीचे गिर गए. मां दोनों बच्चों को सीने से लगाकर पटरी और प्लेटफार्म के बीच पड़ी रही. सभी बच गए. pic.twitter.com/HhqX3gT8qk
— Ajeet Kumar (@iajeetkumar) December 24, 2023
ତେବେ ଏତେ ବଡ଼ ଦୁର୍ଘଟଣା ପରେ ସ୍ତ୍ରୀ ଓ ଦୁଇପିଲାଙ୍କୁ ସୁରକ୍ଷିତ ପାଇଥିବାରୁ ରବି ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।